Odisha Link
Bridging the Missing Links in Odisha

କରୋନା: ରାଜଧାନୀରୁ ଆଉ ୨୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଉଛି କରୋନା ସ୍ଥିତି। ରାଜଧାନୀ ଭୁବନେଶ୍ବର ମଧ୍ୟ କରୋନା କାୟାରେ। ଆଜି ଭୁବନେଶ୍ଵର ମହନାଗର ନିଗମ(ବିଏମସି) ଅଞ୍ଚଳରେ ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ସତ୍ୟନଗର କାଳୀ ମନ୍ଦିର ନିକଟରୁ ଜଣେ ୪୮ ବର୍ଷୀୟା ମହିଳା, କୋଳଥିଆର ଜଣେ ୮୧ ବର୍ଷୀୟ ବୃଦ୍ଧ, ଏକ ଘରୋଇ ହସ୍ପିଟାଲର ଜଣେ ୪୬ ବର୍ଷୀୟ କର୍ମଚାରୀ, ଚନ୍ଦିକାସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ନିକଟରୁ ଏକ ପରିବାରର ଜଣେ ୪୦ ବର୍ଷୀୟ ପୁରୁଷ ଏବଂ ୩୫ ବର୍ଷୀୟା ମହିଳା ରହିଛନ୍ତି।

ରାଜଧାନୀ ଭୁବନେଶ୍ବରରେ ବର୍ତ୍ତମାନ ୧୨୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୬୨୫ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୬୧୪ ଜଣ କୋଭିଢ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.