Odisha Link
Bridging the Missing Links in Odisha

ମଦ ବୋତଲ ସହ ଫଟୋ ପାଇଁ ହଟହଟା ପ୍ରକୃତି ମିଶ୍ର

ଭୁବନେଶ୍ବର: ମଦ ବୋତଲ ସହ ଫଟୋ ଛାଡ଼ି ସୋସିଆଲ୍‌ ମିଡିଆରେ ଟ୍ରଲ୍‌ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ହ୍ବିସ୍କି ବୋତଲ ଓ ଜଣେ ପୁରୁଷ ବନ୍ଧୁଙ୍କ ସହ ଫେସ୍‌ବୁକ୍‌ରେ ପ୍ରକୃତି ମିଶ୍ରଙ୍କ ଫଟୋକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କର ପ୍ରଶଂସକ।

ଆଜି ସଂଧ୍ୟାରେ ପ୍ରକୃତି ନିଜ ଫେସ୍‌ବୁକ ପେଜ୍‌ରେ ଏକ ଫଟୋ ଛାଡ଼ିଥିଲେ। ଫଟୋରେ ସେ ଗୋଟିଏ ଘରର ପାହାଚ ଉପରେ ଜଣେ ଯୁବକଙ୍କ ସହ ବସିଛନ୍ତି। ଉଭୟଙ୍କ ମଛିରେ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ହ୍ବିସ୍କି ବୋତଲ ଥୁଆହୋଇଛି। ଯୁବକ ଜରକ ଗୋଟିଏ କାଚ ଗ୍ଲାସରେ ମଦ ଧରିଥିବା ବେଳେ ତାଙ୍କ ସହ ଅତ୍ୟତ୍ସ ଉତ୍ସାହ ଓ ଖୁସିରେ ହାତ ମିଳାଇଛନ୍ତି ପ୍ରକୃତି ମିଶ୍ର। ସେହି ମଦ ଭଳି ତାଙ୍କର ପ୍ରକୃତ ବନ୍ଧୁତା ସମତାଳ, ସାବଲୀଳ ଓ ଉତ୍କୃଷ୍ଟ ବୋଲି ଫଟୋରେ ଲେଖିଛନ୍ତି ପ୍ରକୃତି।

ତେବେ ଏ ଫଟୋକୁ ନେଇ ପ୍ରକୃତିଙ୍କୁ ଫେସ୍‌ବୁକ୍‌ରେ ବେଶ୍‌ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। କିଏ ତାଙ୍କୁ ‘ପ୍ରକୃତିଛଡ଼ା ମିଶ୍ର’ ବୋଲି ଲେଖିଛି ତ ଆଉ କିଏ ଆକ୍ଷେପ କରିଛନ୍ତି ତ ଆଉ କିଏ ତାଙ୍କ ବାପା, ବ୍ୟକ୍ତିଗତ ଜୀବନ ଓ କ୍ୟାରିଅରକୁ ନେଇ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି।

କିଛିଦିନ ତଳେ ଏକ ଟିଭି ସାକ୍ଷାତକାରରେ ନିଜର ମଦପିଆ ଆଗ୍ରହ ବାବଦରେ ଖୋଲାଖୋଲି କହିଥିଲେ ପ୍ରକୃତି। ସେ ପ୍ରାପ୍ତ ବୟସ୍କ ଓ ତାଙ୍କର ସେ ଅଧିକାର ରହିଛି। ସୁଯୋଗ ମିଳିଲେ ସେ ପରିବାର ଲୋକଙ୍କ ସହ ପିଇବାକୁ ଆଗ୍ରହୀ ବୋଲି ପ୍ରକୃତି କହିଥିଲେ।

ବର୍ତ୍ତମାନ ଦୁନିଆରେ ଜଣେ ପ୍ରାପ୍ତ ବୟସ୍କ ମଦ ପିଇବାରେ କୌଣସି ଆପତ୍ତିନାହିଁ। ତେବେ ଆମ ଦେଶରେ ମଦର ବିଜ୍ଞାପନ ନିଷିଦ୍ଧ ଥିବା ବେଳେ ସାମାଜିକ ଗଣମାଧ୍ୟମରେ ପ୍ରକୃତି ଗୋଟିଏ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ହ୍ବିସ୍କିର ପ୍ରଚାର କରିବା ଉଚିତ ନୁହେଁ ବୋଲି ଅନେକେ ମତ ଦେଇଛନ୍ତି।

Comments are closed.