Odisha Link
Bridging the Missing Links in Odisha

ହରେକୃଷ୍ଣ ମହତାବ ସ୍ମୃତି ୱେବିନାର ଶୃଙ୍ଖଳ ଉଦ୍‌ଯାପିତ

ଭୁବନେଶ୍ୱର: ଡ. ହରେକୃଷ୍ଣ ମହତାବ ଦେଶର ଜଣେ ମହାନ ମହାପୁରୁଷ ଥିଲେ ବୋଲି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି | ଆଇ.ଏମ.ଏସ. ତରଫରୁ ଡ. ମହତାବଙ୍କର ୧୨୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଅୟୋଯିତ ଛଅଥାକ ବିଶିଷ୍ଟ ଶ୍ରଦ୍ଧାଞ୍ଜଳି ଶୃଙ୍ଖଳ ଉଦଯାପନୀ ୱେବିନାରରେ ଶ୍ରୀ ପ୍ରଧାନ ସ୍ୱାଧୀନତା ସଂଗ୍ରାମରେ ଉତ୍କଳ କେଶରୀ ଙ୍କର ଯୋଗଦାନ ଓ ସ୍ୱାଧିନତ୍ଵର ଭାରତ ନିର୍ମାଣ ପାଇଁ ମହତାବର ଅବଦାନର ଭୁୟସୀ ପ୍ରସଂଶା କରିଥିଲେ। ବିଶେଷ କରି ସ୍ୱାଧୀନତା ପୂର୍ବ ଭାରତର ତୁଙ୍ଗ ବାରଜଣ ଜାତୀୟ ନେତାଙ୍କ ମଧ୍ୟରେ ଡ.. ମହତାବ ସ୍ଥାନ ପାଇଥିବା ବିଷୟ ସେ କଲିକତାରେ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନର ଏକ ଅବିସ୍ମରଣୀୟ ଫୋଟୋ ଚିତ୍ରରୁ ଜାଣିବାକୁ ପାଇଥିବା କଥା ମନ୍ତୀ କହିଥିଲେ। ସମଗ୍ର ଓଡ଼ିଆ ଜାତି ଆଜି ତାଙ୍କ ପାଇଁ ଗର୍ବିତ ଓ ଗୌରବାନିତ୍ବ ବୋଲି ସେ କହିଥିଲେ। ବିଶେଷ କରି ତାଙ୍କ ନିଜର ତିନୋଟି ଯାକ ମନ୍ତ୍ରଣାଳୟ ସ୍ୱାଧୀନତ୍ତୋର ଭାରତର ପ୍ରଥମ ମନ୍ତ୍ରିମଣ୍ଡଳରେ ମନ୍ତୀ ଭାବେ ଡ. ମହତାବ ଥିବାରୁ ତାଙ୍କୁ ମଧ୍ୟ ଡ.. ମହତାବଙ୍କର ପ୍ରଶାସନିକ ଦାୟାଦ ହେବାର ସୌଭାଗ୍ୟ ମିଳିଛି ବୋଲି ଶ୍ରୀ ପ୍ରଧାନ ଆନନ୍ଦ ପ୍ରକାଶ କରିଥିଲେ।

ଶ୍ରଦ୍ଧାଞ୍ଜଳି ସଭାକୁ ସମ୍ବୋଧନ କରି ବରିଷ୍ଠ କଂଗ୍ରେସ ନେତା ପ୍ରଫେସର କୈଳାସ ଆଚାର୍ଯ୍ୟ ଡ. ମହତାବ ମଧୁବାବୁଙ୍କର ପ୍ରକୃତ ଦାୟାଦ ହିସାବରେ ବିଶାଳ ଓଡିଶା ଗଠନର ନିଅଁ ପକେଇଥିଲେ ବୋଲି କହିଥିଲେ। ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ମହାନାୟକ ମହତାବ ନିଜେ ଜଣେ ବ୍ରାଣ୍ଡ ଥିଲେ ଓ ଅତୁଳନୀୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ଦର୍ଶାଇଥିଲେ। ପ୍ରାକ୍ତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଡ. ହରେକୃଷ୍ଣ ମହତାବଙ୍କର ପୂର୍ଣ୍ଣାଙ୍ଗ ଭାବମୂର୍ତି ବଂଶୀଧାରୀ ଠାରୁ ଆରମ୍ଭ କରି ଚକ୍ରଧାରୀ କୃଷ୍ଣର ଭୂମିକା ପର୍ଯ୍ୟନ୍ତ ସମ୍ପ୍ରସାରିତ ଥିଲା ବୋଲି ଉଲେଖ କରିଥିଲେ। ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ନେତା ଗଣେଶ୍ୱର ବେହେରା ଡ. ମହତାବଙ୍କର ସ୍ୱାବଲମ୍ବୀ ଓଡ଼ିଶା ଗଠନ ନେଇ ବ୍ୟପକ ଅବଦାନ ଉପରେ ଆଲୋକପାତ କରିଥିଲେ। ସଭାରେ ରାଜ୍ୟ ବିରୋଧୀ ଦଳର ଉପନେତା ଓ ବିଧ୍ୟାୟକ ବିଷ୍ନୁ ସେଠୀ ଡ .ମହତାବଙ୍କର ବିଶାଳ ବ୍ୟକ୍ତିତ୍ୱକୁ ହାତୀ ସହିତ ତୁଳନା କରିଥିଲେ।

ଆଇ.ଏମ.ଏସ.ର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। କଥାକାର ଦେବପ୍ରସାଦ ଦାଶ ସଭା ସଂଚାଳନ କରିଥିଲେ। କମ୍ପ୍ୟୁଟର ବିଶେଷଜ୍ଞ ନିଶିଥ ପଟ୍ଟନାୟକ ଓ୍ବେବିନାର ବେଳେ ବୈଷୟିକ ପରିଚାଳନା ଭାର ନେଇଥିଲେ।

ଏହି ୱେବିନାରରେ ଆମେରିକାରୁ ଓ.ଏସ. ଏ.ର ଧୀରେନ୍ଦ୍ର କର , ଅଷ୍ଟ୍ରେଲିଆରୁ ଓଡ଼ିଆ ସଂଘର ସଭାପତି ଡ଼. ନଳିନୀ ପତି ଦୁବାଇରୁ ୟୁ. ଏ. ଇ. ଓଡ଼ିଶା ସଂଘର ସାଧାରଣ ସମ୍ପାଦକ ପ୍ରୀତିଶ ଦାସ ,ଦିଲ୍ଲୀରୁ ଡ଼. ମହତାବଙ୍କର ପୁତ୍ର ଓ ସାଂସଦ ଭର୍ତ୍ତୃହରି ମହତାବ , ତୁଳସୀ ଅଗ୍ରୱାଲ, ରୀତା ପାତ୍ର, ପୁଷ୍ପାଞ୍ଜଳି ବାରିକ ,ଦେବେନ୍ଦ୍ର ରାଉତ, ମୁମ୍ବାଇରୁ ଓଡିଶା ଭବନର ଓ.ଏସ. ଡି. କୃପାନିଧି ବିଶ୍ୱାଳ, ଚିତ୍ର ତାରକା ଆଶିଷ ମିଶ୍ର, ଓଡ଼ିଶାର ବିଭିନ୍ନ ସ୍ଥାନରୁ ଜୟଶ୍ରୀ ମହାପାତ୍ର, ରୂପଶ୍ରୀ ମହାନ୍ତି, ହୃଷିକେଶ ପାତ୍ର, ଦୀପକ କୁମାର ଦାସ, ଠାକୁର ରଂଜିତ ଦାସ, ବିଶ୍ୱ ବିଜୟୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମଗ୍ର ଛଅଟି ଯାକ ୱେବିନାରକୁ ସଂଯୋଜନା ଓ ସଫଳ ଉପସ୍ଥାପନା କରିବାରେ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, କିଶୋର ଦ୍ୱିବେଦୀ, ପବିତ୍ର ମହାରଥା, ଅମିତାଭ ଖିଲାର, ବିରୁପାକ୍ଷ ତ୍ରିପାଠୀ ଏବଂ ଶୁଭେନ୍ଦୁ ଭୂୟାଁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Comments are closed.