Odisha Link
Bridging the Missing Links in Odisha

ବିଶାଖାପାଟଣାରେ ଅଘଟଣ: ହିନ୍ଦୁସ୍ତାନ ସିପୟାର୍ଡରେ ଖସିପଡ଼ିଲା କ୍ରେନ୍, ୧୧ ମୃତ

ବିଶାଖାପାଟଣା: ଆଜି ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରେ ଅଭାବନୀୟ ଘଟଣା ଘଟିଛି। ଆଜି ବିଶାଖାପାଟଣା ସ୍ଥିତ ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡରେ ଏକ କ୍ରେନ ଖସି ପଡ଼ିଛି। ଯାହାଫଲରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏନେଇ ବିଶାଖାପାଟନାର ଜିଲ୍ଲାପାଳ ବିନୟ ଚାନ୍ଦ ସୂଚନା ଦେଇଛନ୍ତି।

ମିଳୁଥିବା ସୂଚନା ମୁତାବିକ, ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡରେ ଏକ ନୂଆ କ୍ରେନ ଲଗାଯାଇ ତାର ଟେଷ୍ଟ କରାଯାଉଥିଲା। ଯାହା ଫଳରେ ଏହି ଅଘଟଣ ଘଟିଥିଲା। ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Comments are closed.