କୋରାପୁଟ: ଅଗଷ୍ଟ ୧୪ ଯାଏଁ ଲକ୍ଡାଉନ୍
କୋରାପୁଟ: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋପୁଟ ଜିଲ୍ଲାରେ ଆଜି ଆଉ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କୋରାପୁଟ ଜିଲ୍ଲାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ରାତିରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ଯାଏଁ ଲକଡାଉନ ଘୋଷଣା କରାଯାଇଛି। ଲକଡାଉନରେ ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ। ପୂର୍ବଭଳି ଜରୁରୀ ସେବା ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାରେ ଆଜି ମଧ୍ୟରାତ୍ରରେ ୪୮ ଘଣ୍ଟିଆ ସଟଡାଉନ ସରୁଛି।
ସୂଚନାଥାଉକି, ତିନି ମାସ କାଁ ଭାଁ ଜଣେ ଦୁଇ ଜଣ ଲୋକ ମହାମାରୀରେ ଆକ୍ରାନ୍ତ ହେଉଥିବାବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି। ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ। ଯାହାକୁ ନେଇ କେଉଁଠି ସଟ୍ଡାଉନ୍ କେଉଁଠି ଲକ୍ଡାଉନ୍ ଘୋଷଣା କରାଯାଉଛି।
Comments are closed.