Odisha Link
Bridging the Missing Links in Odisha

ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ। ଯାହାକୁ ନେଇ ଚିନ୍ତାରେ ସରକାର ଓ ଜନତା। ଏହାରି ମଧ୍ୟରେ ରାଜ୍ୟରେ କୋରୋନାର ପ୍ରକାର ଭେଦ ନେଇ ଆସିଲା ସୂଚନା। ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କୋରୋନା ଭାଇରସ। ଏନେଇ ସୂଚନା ଦେଇଛନ୍ତି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହାମାରୀ କରୋନା ଭାଇରସ୍‌କୁ ନେଇ ଏକ ଜେନୋମିକ ସର୍ଭେ କରାଯାଇଥିଲା। ଆରଏମ୍‌ଆର୍‌ସି ଓ ଆଇଏଲ୍‌ଏସର ମିଳିତ ଉଦ୍ୟମରେ ରାଜ୍ୟରେ ୨୨୫ ସାମ୍ପଲ ଗ୍ରହଣ କରାଯାଇ ଗବେଷଣା ହୋଇଥିଲା। ୧୩ ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ନେଇ ଏହି ଗବେଷଣା ହୋଇଥିଲା। ଯାହାଫଳରେ ରାଜ୍ୟରେ ୫ ପ୍ରକାର ଭାଇରସ୍‌ ଚିହ୍ନଟ ହୋିଛି। ସେଗୁଡ଼ିକ ହେଲା ୧୯A, ୧୯B, ୨୦A, ୨୦B, ୨୦C ।

ସେ ଆହୁରି କହିଛନ୍ତି ଯେ, ଉହାନ ଭାଇରସ୍‌ ସହ ୧୯A ଭାଇରସ୍‌ର ସାମଞ୍ଜସ୍ୟ ରହିଛି। ୟୁରୋପ ଓ ସାଉଥ୍‌ଇଷ୍ଟ ଏସିଆ ଭାଇରସ ସହ ୨୦A ଓ ୨୦Bର ସାମଞ୍ଜସ୍ୟ ରହିଛି। ବର୍ତ୍ତମାନ ରାଜ୍ୟରେ ରାଜ୍ୟରେ ସବୁଠୁ ଅଧିକ ୨୦A ଓ ୨୦B ଭାଇରସ ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି। ଜୁଲାଇ ପରେ ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନେଇ ଏକ ଷ୍ଟଡି କରାଯିବ ଶ୍ରୀ ପରିଡ଼ା ଗଣମାଧ୍ୟକୁ ସୂଚନା ଦେଇଛନ୍ତି।

Comments are closed.