କରୋନା: କଟକ ସହରରୁ ୪୩ ଆକ୍ରାନ୍ତ ଚିହ୍ନଟ
କଟକ: ଆଜି କଟକ ଜିଳ୍ଲାରୁ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ କେବଳ କଟକ ସହରରୁ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୯ରେ ପହଁଞ୍ଚିଛି। ଏନେଇ ସିଏମ୍ସି ପକ୍ଷରୁ ସୂଚନା ମିଳିଛି।
ଆଜି କଟକ ସହରରୁ ୩୨ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ କଟକ ସହରରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୭୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୪୬୧ ଜଣ ସକ୍ରିୟ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
#COVID19 update in Cuttack city (CMC area)
Out of the 54 new COVID-19 +ve cases reported today in #Cuttack district, 43 +ve cases belong to Cuttack city (CMC area).
Another 39 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/xHwhr8WmjT
— CMC,Cuttack (@CMCCuttack) August 1, 2020
Comments are closed.