Odisha Link
Bridging the Missing Links in Odisha

ବଡ଼ମ୍ବାରେ ଅଘଟଣ: ବିଧାୟକଙ୍କ ରାଲିରେ ମାଡ଼ିଗଲା ଟ୍ରକ୍‌, ୩ ଆହତ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚାଲିଛି ନିର୍ବାଚନ ପ୍ରଚାର। ବିଭିନ୍ନ ଦଳ କରୁଛନ୍ତି ବଡ଼ ବଡ଼ ରାଲି। ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ସମୟରେ ମଧ୍ୟ କରୁଛନ୍ତି ବଡ଼ ରାଲି। ଏସବୁ ମଧ୍ୟରେ ଆସିଛି ଅଘଟଣ ଖବର। କଟକ ଜିଲ୍ଲା ବଡ଼ମ୍ବାର ବିଜେଡି ବିଧାୟକଙ୍କ ରାଲି ବେଳେ ଅଘଟଣ। ରାଲିରେ ଏକ ଟ୍ରକ୍‌ ମାଡ଼ିଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଆଜି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ବଡ଼ମ୍ବା ଟାଉନରେ ଆୟୋଜିତ ରାଲିରେ ଯୋଗ ଦେଇଥିଲେ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ରାଲି ଚାଲିଥିବା ସମୟରେ ହଠାତ୍‌ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ରାଲି ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ୩ ଜଣ ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଲୋକ ରଞ୍ଜନ ନାୟକ ନାମକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ପୁଲିସ ଜିମା ଦେଇଛନ୍ତି।

Leave A Reply

Your email address will not be published.