Odisha Link
Bridging the Missing Links in Odisha

ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ: ଜିଲ୍ଲାପାଳ

ଗଞ୍ଜାମ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୩ ହଜାର ଟପିଥିବା ବେଳେ କେବଳ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର। କରୋନା ସଂକ୍ରମଣକୁ ଦୃଷ୍ଟି ରଖି ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ବ୍ରହ୍ମପୁରରେ ବି ସବୁ ପ୍ରବେଶ/ପ୍ରସ୍ଥାନ ପଥ ଉପରେ କଟକଣା ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହାଛଡ଼ା ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ୫ ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବାକୁ ଅନୁମତି ମିଳିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ମାନିବେ, ମାସ୍କ ପିନ୍ଧିବେ। ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ ଦୋକାନୀ ରଖିବେ। ଦୋକାନ ଆଗରେ ଦୋକାନୀମାନେ ସର୍କଲ ଓ ବ୍ୟାରିକେଡ କରିବେ। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ। ମୁହଁରେ ମାସ୍କ ଠିକରେ ନପିନ୍ଧିଲେ ଜୋରିମାନା ଆଦାୟ ହେବ। ଗଞ୍ଜାମରେ ଏବେ ଡୋର ଟୁ ଡୋର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଲକଡାଉନ ଓ ଅନ୍ୟ କଟକଣା ଯୋଗୁଁ କରୋନା ସଂକ୍ରମଣ କମିଛି ବୋଲି ଜିଲ୍ଲାପାଳ କହିଛନ୍ତି।

ବ୍ରହ୍ମପୁର ସୀମା ସିଲ ରହିଥିବାବେଳେ ଅତି ଆବଶ୍ୟକ ଲୋକଙ୍କୁ ଛଡ଼ାଯାଉଥିବା ନେଇ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ବ୍ରହ୍ମପୁରରେ କରୋନା କଟକଣା ନେଇ ଏସପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁଯାୟୀ ବ୍ରହ୍ମପୁର ସୀମା ସିଲ ଥିବାବେଳେ ଡାଏଲ ୧୦୦କୁ କହିଲେ ଜିଲ୍ଲା ବାହାରକୁ ଯିବା ପାଇଁ ଇ-ପାସ ମିଳିବ। ବର୍ତ୍ତମାନ ସୁଦ୍ଧା ୨ଶହରୁ ଅଧିକ ପାସ ମଧ୍ୟ ଦିଆଯାଇଛି। ବାହାର ଜିଲ୍ଲାରେ କାମ କରୁଥିବା ଲୋକ ପରିଚୟପତ୍ର ଦେଖାଇ ଯିବେ ବୋଲି ଏସପି ଶ୍ରୀ ମିଶ୍ର କହିଛନ୍ତି।

Comments are closed.