Odisha Link
Bridging the Missing Links in Odisha

ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବାହାଘର

ମାଲକାନଗିରି: ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲିର ବାହାଘର। କଥାଟି ଅବିଶ୍ବାସ ଲାଗୁଥିଲେ ବି ସତ। ଏଭଳି ଏକ ନିଆରା ପରମ୍ପରାର ଝଲକ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସେରପାଲି ଗାଁରେ। ବର୍ଷା ଅଭାବ ଯୋଗୁ ବେଙ୍ଗ ବେଙ୍ଗୁଲିର ବାହାଘର କରାଇଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ। ଜିଲାରେ ବର୍ଷା ଅଭାବ ସାଙ୍ଗକୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବିଶ୍ବାସ ଅନୁଯାଇ ଆଦିବାସୀ ରିତି ନୀତି ଅନୁଯାୟୀ ବେଙ୍ଗ ବେଙ୍ଗୁଲିର ବାହାଘର ସେରପାଲି ଗାଁର ଲୋକେ କରାଇଛନ୍ତି । ଏଥି ପାଇଁ ଗାଁର ଦୁଇ ପରିବାରକୁ ବର ପକ୍ଷ ଓ କନ୍ୟା ପକ୍ଷ ଭାବେ ମନୋନିତ ହୋଇଥିଲା। ଆଉ ଏହି ବାହାଘର ପରେ ମାଲକାନଗିରି ଜିଲାରେ ବର୍ଷା ଅନୁଭୁତ ହୋଇ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ବୋଲି ସୂଚନା ମିଳିଛି।

ବର୍ଷା ପାଇଁ କିଛିଦନି ପୂର୍ବରୁ କଟକ ଜିଲ୍ଲାର ଆଠଗଡ଼ ବ୍ଲକର ଗଧାଧର ପୁର ଗ୍ରାମର ଗ୍ରାମବାସୀ ମାନେ ବେଙ୍ଗନାଚ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଗାଁ ଦାଣ୍ଡରେ ପାଣି ଢାଳି ଯୁବକମାନେ ବେଙ୍ଗ ନାଚ କରିଛନ୍ତି। ବେଙ୍ଗ ଗୋଡ଼ରେ ରଶି ବାନ୍ଧି ପଙ୍କରେ ଗଡ଼ିଛନ୍ତି ଲୋକେ। ଏଭଳି କରିବା ଦ୍ବାରା ଇନ୍ଦ୍ରଦେବ ଖୁସି ହୋଇଥାନ୍ତି। ଏବଂ ବର୍ଷା ମଧ୍ୟ କରାଇଥାଆନ୍ତି ବୋଲି ଗ୍ରାମବାସୀଙ୍କ ବିଶ୍ବାସ ରହିଛି।

ଚଳିତବର୍ଷ ରାଜ୍ୟରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ଏଥର ରାଜ୍ୟରେ ଚଳିତ ବର୍ଷ ୧୧ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷେ ଆସନ୍ତା ୪ ତାରିଖରେ ବଙ୍ଗପୋସାଗରରେ ଲଘୁଚାପ ହେବ ଏବଂ ଏହା ଫଳରେ ରାଜ୍ୟରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।

Comments are closed.