Odisha Link
Bridging the Missing Links in Odisha

କେରଳ ବିମାନ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି

ଆଜି ସଂଧ୍ୟାରେ କୋଝିକୋଡ୍‌ ବିମାନ ବନ୍ଦରରେ ଘଟିଥିବା ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାବତ୍‌ ଜଣେ ପାଇଲଟ୍‌ଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଦୁବାଇରୁ କେରଳ ଆସୁଥିବା ଏୟାର ଇଣ୍ଡିଆ ବିମାନ କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରନ୍‌ଓ୍ବେରେ ଧକ୍କା ଖାଇ ବିମାନଟି ମଝିରୁ ଦୁଇଫାଳ ହୋଇଯାଇଥିଲା।

ବନ୍ଦେ ଭାରତ ମିଶନ୍‌ରେ ଭାରତ ଆସିଥିବା ଏ ବିମାନରେ ୧୦ ଶିଶୁ, ୨ ଜଣ ପାଇଲଟ୍, ୫ ଜଣ କର୍ମଚାରୀଙ୍କ ସମେତ ମୋଟ ୧୯୧ ଜଣ ଯାତ୍ରୀ ଥିଲେ। ଅବତରଣ ବେଳେ ଭୀଷଣ ବର୍ଷା ହେଉଥିଲା। ବିମାନଟି ଭାରସାମ୍ୟ ହରାଇ ରନ୍‌ଓ୍ବେରେ ପିଟି ହୋଇଥିଲା। ଏନ‌୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ପିନାୟାରୀ ବିଜୟନ୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।

ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

Comments are closed.