Odisha Link
Bridging the Missing Links in Odisha

ଏୟାର ଇଣ୍ଡିଆ ଦୁର୍ଘଟଣା: ବିମାନ ଦୁଇଫାଳ, ପାଇଲଟ୍‌‌ଙ୍କ ସମେତ ୫ ମୃତ

କୋଝିକୋଡ୍: ଦୁବାଇରୁ କେରଳ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନ କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ବିମାନଟି ମଝିରୁ ଦୁଇଫାଳ ହୋଇଯାଇଛି। ଏଥିରେ ଜଣେ ପାଇଲଟ୍‌ଙ୍କ ସମେତ ଏଯାବତ୍‌ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବନ୍ଦେ ଭାରତ ମିଶନ୍‌ରେ ଭାରତ ଆସିଥିବା ଏ ବିମାନରେ ୧୦ ଶିଶୁ, ୨ ଜଣ ପାଇଲଟ୍, ୫ ଜଣ କର୍ମଚାରୀଙ୍କ ସମେତ ମୋଟ ୧୯1 ଜଣ ଯାତ୍ରୀ ଥିଲେ। ଅବତରଣ ବେଳେ ଭୀଷଣ ବର୍ଷା ହେଉଥିଲା। ବିମାନଟି ଭାରସାମ୍ୟ ହରାଇ ରନ୍‌ଓ୍ବେରେ ପିଟି ହୋଇଥିଲା। ଏନ‌୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ପିନାୟାରୀ ବିଜୟନ୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।

Comments are closed.