ଭୁବନେଶ୍ବରୁ ଆଉ ୪୦୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ସୋମବାର ରେକର୍ଡ ସଂଖ୍ୟକ ୪୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୨୫ରେ ପହଁଞ୍ଚିଛି ଥିବା ବେଳେ ୨୭୩ଜଣ ଆରୋଗ୍ୟ ଲାଭ କରିଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 31st Aug 2020(till 9am).
The ward wise active cases, cured cases are shared. pic.twitter.com/JjOrYFCtGi
— BMC (@bmcbbsr) August 31, 2020
ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୧୦୪୨୫ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୬୩୩୪ଜଣ ଆରୋଗ୍ୟ ଲାଭ କରିଛନ୍ତି। କରୋନାରେ ଭୁବନେଶ୍ୱରରୁ ମୋଟ ୪୨ଜଣ ପ୍ରାଣ ହରାଇଥିବା ବେଳେ ୪୦୩୮ଟି ସକ୍ରିୟ କେସ୍ ରହିଛି।