Odisha Link
Bridging the Missing Links in Odisha

ବାରାମୂଳାରେ ଗ୍ରେନେଡ ଆକ୍ରମଣ : ୬ ଗୁରୁତର

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବାରାମୂଳା ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ। ଆକ୍ରମଣରେ ୬ଜଣ ନାଗରିକ ଗୁରୁତର। ଆତଙ୍କବାଦୀମାନେ ସୋମବାର ସେନାର ଏକ ଗାଡ଼ିକୁ ଟାର୍ଗେଟ୍ କରି ଗ୍ରେନେଡ ଆକ୍ରମଣ କରିଥିଲେ। କିନ୍ତୁ ଗ୍ରେନେଡ ଲକ୍ଷ୍ୟ ବିଚ୍ୟୁତ ହୋଇ ରାସ୍ତାରେ ପଡ଼ିଲା। ଫଳରେ ରାସ୍ତାରେ ଗ୍ରେନେଡ ବିସ୍ଫୋରଣ କାରଣରୁ ୬ଜଣ ନାଗରିକ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

Comments are closed.