ସୋସାଇଟି ଅଫିସରେ ତାଲା ପକାଇଲେ ଚାଷୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବଡ଼ମହୁରୀ ପଞ୍ଚାୟତର ସୋସାଇଟି ଅଫିସରେ ତାଲା ପକାଇଲେ ଚାଷୀ। ଚଢାଦାମ୍ରେ ସାର ବିକ୍ରି ଅଭିଯୋଗରେ ଶତାଧିକ ଚାଷୀ ଆଜି ଚାଷୀ ସୋସାଇଟି ଅଫିର ଘେରାଉ କରିବା ସହ ତାଲା ପକାଇ ଦେଇଛନ୍ତି।
ବଡମହୁରୀ ପଞ୍ଚାୟତର ସାତଟି ପଞ୍ଚାୟତ ଶତାଧିକ ଚାଷୀ ଏଥିରେ ସାମିଲ ଅଛନ୍ତି। ଚାଷୀ ସୋସାଇଟିରେ ସାର ପିଡିଆ କିଣିବା ପାଇଁ ଆସିଥିଲେ, ହେଲେ ସରକାରୀ ଧାର୍ଯ୍ୟ ମୂଲ୍ୟ ୨୬୭ ଟଙ୍କା ଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ଚାଷୀ ସୋସାଇଟି ଅଫିସରେ ତାଲା ପକାଇ ଦେଇଛନ୍ତି। ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି ।