କଙ୍ଗନାଙ୍କୁ ମିଳିଲା ସୁରକ୍ଷା, ଅମିତ୍ ଶାହାଙ୍କୁ ଧନ୍ୟବାଦ ଜଣାଇଲେ

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବାଇ ଆସିବାକୁ ନେଇ ଧମକ ଦିଆଯାଇଥିଲା। ଏହି ମାମଲାରେ କଙ୍ଗନା ତାଙ୍କୁ ମୁମ୍ବାଇରେ ସୁରକ୍ଷା ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କଙ୍ଗନାଙ୍କୁ ଅନୁରୋଧ ରକ୍ଷା କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କଙ୍ଗନା ରାନାୱତଙ୍କୁ Y ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ କଙ୍ଗନା ରଣାୱତଙ୍କୁ ‘ଓ୍ବାଇ ସିକ୍ୟୁରିଟି’ ସୁରକ୍ଷା ପ୍ରଦାନ କରାଯାଇଛି। ‘ଓ୍ବାଇ ସିକ୍ୟୁରିଟି’ ସୁରକ୍ଷା ନେଇ ଅମିତ୍ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି କଙ୍ଗନା। କଙ୍ଗନାଙ୍କ ସୁରକ୍ଷା ଅଧୀନରେ ୧୧ ଜଣ ସୈନିକ ନିୟୋଜିତ ହେବେ। ଏଥିରେ ଗୋଟିଏ କିମ୍ବା ଦୁଇଟି କମାଣ୍ଡୋ ଏବଂ ବାକି ପୋଲିସ୍ ରହିବେ। ସେପ୍ଟେମ୍ବର ୯ରେ ଯେତେବେଳେ କଙ୍ଗନା ମୁମ୍ବାଇରେ ପହଞ୍ଚିବେ, ସେତେବେଳେ ତାଙ୍କୁ Y ବର୍ଗର ସୁରକ୍ଷା ମିଳିବ।
ये प्रमाण है की अब किसी देशभक्त आवाज़ को कोई फ़ासीवादी नहीं कुचल सकेगा,मैं @AmitShah जी की आभारी हूँ वो चाहते तो हालातों के चलते मुझे कुछ दिन बाद मुंबई जाने की सलाह देते मगर उन्होंने भारत की एक बेटी के वचनों का मान रखा, हमारे स्वाभिमान और आत्मसम्मान की लाज रखी, जय हिंद 🙏 https://t.co/VSbZMG66LT
— Kangana Ranaut (@KanganaTeam) September 7, 2020
କଙ୍ଗନା ଟ୍ବିଟ କରି କହିଛନ୍ତି ଯେ, ଏହା ହେଉଛି ଏକ ପ୍ରମାଣ ଯେ, ବର୍ତ୍ତମାନ କୌଣସି ଦେଶପ୍ରେମୀର ସ୍ୱରକୁ ଫାସୀବାଦୀ ଅସଫଳ କରିବାକୁ ସମର୍ଥ ହେବେ ନାହିଁ। ମୁ ଅମିତ୍ ଶାହାଙ୍କ ନିକଟରେ କୃତଜ୍ଞ। ମୁଁ ଜିଙ୍କୁ ଧନ୍ୟବାଦ ଦେଉଛି, ପରିସ୍ଥିତିକୁ ନେଇ ସେ ମୋତେ କିଛି ଦିନ ପରେ ମୁମ୍ବାଇ ଯିବାକୁ ପରାମର୍ଶ ନେଇଥାନ୍ତେ ମାତ୍ର ସେ ଭାରତର ଗୋଟିଏ ଝିଅର କଥା ପାଳନ କରିଛନ୍ତି, ଆମର ଆତ୍ମସମ୍ମାନ ଏବଂ ସ୍ବାଭିମାନ ବଜାୟ ରଖିଛନ୍ତି। ଜୟ ହିନ୍ଦ।
Comments are closed.