କରୋନା: ଭୁବନେଶ୍ବରରେ ଗଞ୍ଜାମ ଫର୍ମୁଲା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ମହାମାରୀ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭୁବନେଶ୍ବରରେ କରୋନା ନିୟନ୍ତ୍ରଣ ପାଇଁ ବିଏମ୍ସି ନୂଆ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ରାଜଧାନୀ ଭୁବନେଶ୍ବରରେ ଏବେ ଗଞ୍ଜାମ ଫର୍ମୁଲା ଲାଗୁ କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଇଏଏସ୍ ପାରୁଲ ପଟ୍ଓ୍ବାରୀ।
କରୋନା ନିୟନ୍ତ୍ରଣ ପାଇଁ ବ୍ୟାପକ ହେଲ୍ଥ ସ୍କ୍ରିନିଂ ନିମନ୍ତେ ୬୫୬ ରାପିଡ୍ ରେସ୍ପନ୍ସ୍ ଟିମ୍ ଗଠନ କରାଯିବ। ଏହି ରାପିଡ୍ ରେସ୍ପନ୍ସ୍ ଟିମ୍ ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ହେଲ୍ଥ ସ୍କ୍ରିନିଂ କରିବେ। ଏଥିସହ ହୋମ୍ ଆଇସୋଲେସନ୍ରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମ୍ସି।ହୋମ ଆଇସୋଲେସନରେ ଥିବା ଲୋକଙ୍କ ସହ ଭିଡ଼ିଓ ଜରିଆରେ ରୋଗୀଙ୍କୁ ପରାମର୍ଶ ଦିଆଯିବ। କରୋନା ନେଇ ସନ୍ଦେହ ହେଲେ ୧୯୨୯କୁ କଲ୍ କରି ତଥ୍ୟ ପାଇ ପାରିବେ ଜନସାଧାରଣ। କରୋନା ଆକ୍ରାନ୍ତ କୋଭିଡ ନିୟମ ମାନୁଛନ୍ତି କି ନାହିଁ ତାହା ଉପରେ କଡ଼ା ନଜର ରଖିବ ବିଏମ୍ସି। ହସ୍ପିଟାଲରେ ବେଡ ସଂଖ୍ୟା ବଢାଯିବ ଏନେଇ ପାରୁଲ ପଟୁୱାରୀ କହିଛନ୍ତି।