ଦୁଇ ହରିଣ ଶିକାରୀ ଗିରଫ

ସମ୍ବଲପୁର: ବଡ଼ମାଳ ରେଞ୍ଜ ଜଙ୍ଗଲରେ ବନବିଭାଗ ଚଢାଉ କରିଥିବା ଜଣାପଡ଼ିଛି। ଚଢାଉ ବେଳେ ଦୁଇ ହରିଣ ଶିକାରୀଙ୍କୁ ଗିରଫ କରିବା ସହ ହରିଣ ମାଂସ ଜବତ କରିଛି।
ହରିଣ ଶିକାର କରି ମାଂସ ଭାଗ ବେଳେ ଦୁଇ ଶିକାରୀ ଗିରଫ ହୋଇଛନ୍ତି। ଶିକାରୀଙ୍କ ଠାରୁ ୪୦ କେଜି ମାଂସ ଜବତ ସହ ଦେଶୀ ବନ୍ଧୁକ ଓ ଟର୍ଚ୍ଚ ଲାଇଟ ମଧ୍ୟ ଜବତ ହୋଇଛି।