Odisha Link
Bridging the Missing Links in Odisha

ଆଜି ଚୀନ୍‌ରୁ ଫେରିବେ ୫ ଅପହୃତ ଭାରତୀୟ

ନୂଆଦିଲ୍ଲୀ: ଅରୁଣାଚଳରୁ ଅପହୃତ ୫ ଜଣଙ୍କୁ ଆଜି ଫେରାଇବ ଚୀନ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜଜୁ। ସେ କହିଛନ୍ତି ଯେ, ଭାରତୀୟ ସେନା ଦ୍ୱାରା ପଠାଯାଇଥିବା ହଟଲାଇନ ମେସେଜର ଜବାବ ଦେଇଛି ଚୀନର ପିଏଲଏ। ଅରୁଣାଚଳରୁ ନିଖୋଜ ୫ ଯୁବକ ଚୀନରେ ଥିବା ସ୍ୱୀକାର କରିଛି ପିଏଲଏ। ଏଥିସହ ସେମାନଙ୍କୁ ଭାରତକୁ ଫେରାଇ ଦେବାପାଇଁ ରାଜି ହୋଇଛି ଚୀନ। ଆଜି ଏକ ନିର୍ଦ୍ଦିଷ୍ଟ ସ୍ଥିରିକୃତ ସ୍ଥାନରେ ଏମାନଙ୍କୁ ହସ୍ତାନ୍ତରଣ କରାଯିବ। ଯେକୌଣସି ସମୟରେ ଏହି ପ୍ରତ୍ୟର୍ପଣ ପ୍ରକ୍ରିୟା ହୋଇପାରେ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ।

ସୂଚନାଯୋଗ୍ୟ, ଜଙ୍ଗଲକୁ ଶୀକାର କରିବାକୁ ଯାଇଥିବାବେଳେ ଗତ ସେପ୍ଟେମ୍ବର ୨ ତାରିଖରେ ଏମାନଙ୍କୁ ଭାରତ-ଚୀନ ସୀମାରୁ ଅପହରଣ କରିନେଇଥିଲେ ଚୀନ ସେନା ଯବାନ। ଖବର ଜଣାପଡିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା ଚାପ ପକାଇଥିଲା। ହଟଲାଇନ ଜରିଆରେ ପ୍ରତିପକ୍ଷଙ୍କୁ ସନ୍ଦେଶ ଦିଆଗଲା। ଗତ ୮ ତାରିଖରେ ଚୀନ ପ୍ରତିପକ୍ଷ ଭାରତୀୟ ସେନା ମେସେଜର ଉତ୍ତର ରଖିବା ସହ ଯୁବକମାନେ ସେମାନଙ୍କ କବଜାରେ ଥିବା ସୂଚନା ଦେଇଥିଲେ। ଆବଶ୍ୟକ ଔପଚାରିକତା ପରେ ଏମାନଙ୍କୁ ଫେରାଇ ଦେବାପାଇଁ ସମ୍ମତ ହୋଇଛି ଚୀନ।

Comments are closed.