Odisha Link
Bridging the Missing Links in Odisha

ମହାନଦୀ ପଠାରେ ଫସିଛନ୍ତି ହାତୀପଲ

କଟକ: କଟକ ଜିଲ୍ଲା ବାଙ୍କି ମହାନଦୀ ପଠାରେ ଫସିଛନ୍ତି ହାତୀ ପଲ। ବାଙ୍କିର ଭଗିପୁର ମହାନଦୀ ପଠାରେ ଏହି ହାତୀ ପଲ ପାଣି ଭିତରେ ଫସି ରହିଛନ୍ତି। ପାଣି ଭିତରେ ପ୍ରାୟ ୧୮ଟି ହାତୀ ଫସି ରହିଥିବା ଜଣାପଡିଛି। ହାତୀପଲ ଆଠଗଡ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ମହାନଦୀ ପଠାରେ ଫସି ରହିଛନ୍ତି। ଭଗିପୁର ବନବିଭାଗ ପହଁଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି।

ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଜଙ୍ଗଲରୁ ଫେରୁଥିବା ବେଳେ ଫସି ରହିଛନ୍ତି ବୋଲି ସନ୍ଦେହ କରାଯାଉଛି। ରାତିରେ ହାତୀ ପଲ ଆସୁଥିବା ବେଳେ ସକାଳ ହେବାରୁ ହାତୀପଲ ନଦୀ ପାର ହୋଇ ଆସିବାରେ ବାଧା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।

Comments are closed.