Odisha Link
Bridging the Missing Links in Odisha

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା। ଗତକାଲି ସମୀର ମହାନ୍ତିଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଗତକାଲି ରାତିରେ ସମୀର ମହାନ୍ତି ଟୁଇଟ୍ କରି ସୂଚନା ଦେଇଛନ୍ତି।

ଟୁଇଟ୍ କରି ସମୀର ମହାନ୍ତି କହିଛନ୍ତି ଯେ, କରୋନାର ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି। ରିପୋର୍ଟ ପଜିଟିଭ ଆସିଛି। ମୁଁ ସୁସ୍ଥ ଅଛି ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। କିଛି ଦିନ ଭିତରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ କରୋନା ପରୀକ୍ଷା କରାଇନେବାକୁ ଅନୁରୋଧ।

Comments are closed.