Odisha Link
Bridging the Missing Links in Odisha

ସିମେଣ୍ଟ ଦୋକାନୀଙ୍କ ଠାରୁ ଲୁଟ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା କାକତିଆ ବଜାରରେ ଥିବା ଏକ ସିମେଣ୍ଟ ଦୋକାନ ମାଲିକଙ୍କୁ ଛୁରୀ ଦେଖାଇ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଦୋକାନ ମାଲିକ ପ୍ରଭାତ କୁମାର ଦାସ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କଥାବାର୍ତ୍ତା ହୋଇଥିଲେ। ସେମାନଙ୍କ ମଧ୍ୟରୁ ହଠାତ ଜଣେ ଛୁରି ଦେଖାଇ ବାକ୍ସରେ ଥିବା ଟଙ୍କା, ଏଟିଏମ କାର୍ଡ, ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇ ଯାଇଛନ୍ତି। ଘଟଣା ନେଇ ଚାନ୍ଦୋଳ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Comments are closed.