Odisha Link
Bridging the Missing Links in Odisha

ଦିଲ୍ଲୀ ହିଂସା ମାମଲାରେ ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃୟାରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ମାମଲାରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦ ଗିରଫ। ଦିଲ୍ଲୀ ଦଙ୍ଗାରେ ହାତଥିବା ଅଭିଯୋଗରେ ପୋଲିସ ଗତକାଲି ବିଳମ୍ବ ରାତିରେ ଜେଏନୟୁର ପୂର୍ବ ଛାତ୍ର ନେତା ଉମର ଖାଲିଦଙ୍କୁ ଗିରଫ କରିଛି। ହିଂସା ଘଟଣାରେ ଉମରକୁ ପ୍ରଥମେ ପୋଲିସ ସମନ ଜାରି କରିଥିଲା।ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଖାଲିଦକୁ ୧୧ ଘଣ୍ଟା ପଚରାଉଚରା କରିବା ପରେ ଗିରଫ କରିଛି।

ୟୁଏପିଏ ନିୟମ ଅନୁସାରେ ଉମରକୁ ଗିରଫ କରାଯାଇଛି। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ହିଂସାରେ ଜଡ଼ିତ ଏକ ଭିନ୍ନ ମାମଲାରେ ଉମର ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ଏହା ସହିତ ପୋଲିସ ଉମରଙ୍କ ମୋବାଇଲ ମଧ୍ୟ ଜବତ କରିଥିଲା।ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟି ୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା।

Comments are closed.