Odisha Link
Bridging the Missing Links in Odisha

ଦୋକାନୀକୁ ବନ୍ଧୁକ ଦେଖାଇ ସୁନା ଚେନ ଓ ଟଙ୍କା ଲୁଟିଲେ ୪ ଦୁର୍ବୃତ୍ତ

ବଲାଙ୍ଗୀର: ବଲାଙ୍ଗୀର ସହରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ୪ ଜଣ ଦୁର୍ବୃତ୍ତ ଗ୍ରହାକ ସାଜି ଦୋକାନୀକୁ ବନ୍ଧୁକ ଦେଖାଇ ସୁନା ଚେନ , ଟଙ୍କା ଓ ମୋବାଇ ଲୁଟି ନେଇଥିବା ସୂଚନା ମିଳିଛି।

ପ୍ରକାଶ ଯେ, ବଲାଙ୍ଗୀର ରେଲୱେ ଷ୍ଟେସନ ରାସ୍ତା ସମୟ ପ୍ରାୟ ରାତି ୯ଟା ସମୟରେ ଦୋକାନ ବନ୍ଦ କରିବା ପାଇଁ ସଜବାଜ କରୁଥିଲେ ମେହେର ବେଟେରୀ ଦୋକାନରେ ମାଲିକ ଶିବରାମ ମେହେର। ସମୟ ହୋଇଥିବାରୁ ଦୋକାନରେ କାମ କରୁଥିବା କର୍ମଚାରୀ ମାନେ ଚାଲିଯାଇଥିଲେ। ଶିବରାମ ତାଙ୍କ ଭାଇ ଧ୍ରୁବଚରଣ ମେହେରଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ଏକ ଆପାଚି ଗାଡ଼ିରେ ଦୁଇ ଜଣ ଯୁବକ ଆସିଥିଲେ। ମାଲିକ ଶିବରାମକୁ ବ୍ୟାଟେରୀ ବାବଦରେ କିଛି ପଚାରିଥିଲେ।

 କିଛି ସମୟ ପରେ ଯୋଜନା ଅନୁସାରେ ଏକ ଗ୍ଲାମର ଗାଡ଼ିରେ ଆଉ ଦୁଇ ଜଣ ଯୁବକ ଆସିଥିଲେ। ତାପରେ ବନ୍ଧୁକ ଦେଖାଇ ଦୃବୃତ୍ତ ମାନେ ଟଙ୍କା ମାଗିଥିଲେ। ବନ୍ଧୁକ ଦେଖି ଦୋକାନ ମାଲିକ ଓ ତାଙ୍କ ଭାଇ ଭୟଭୀତ ହୋଇଯାଇଥିଲେ। ଟଙ୍କା ଥିବା ଡ୍ର ଲକ ଭାଙ୍ଗି ପାରି ନ ଥିବା ବେଳେ ମାଲିକ ପାଖରେ ଥିବା ପାଞ୍ଚ ହଜାର ଟଙ୍କା, ପିନ୍ଧିଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ତିନୋଟି ମୋବାଇଲ ଫୋନ ନେଇ ଫେରାର ହୋଇଯାଇଥିଲେ।

Comments are closed.