Odisha Link
Bridging the Missing Links in Odisha

ରାଜ୍ୟରେ ୨୪ ଘଣ୍ଟାରେ ୪୯ ହଜାର ୩୯୩ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୯ ହଜାର ୩୯୩ କରୋନା ଟେଷ୍ଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ଆରଟିପିସିଆର, ଆଣ୍ଟିଜେନ, ଟ୍ରୁନଟ୍ ମାଧ୍ୟମରେ ଟେଷ୍ଟ କରାଯାଇଛି। ଆରଟିପିସିଆରରେ ୮ ହଜାର ୭୨୮, ଆଣ୍ଟିଜେନରେ ୪୦ ହଜାର ୫୧୪ ଓ ଟ୍ରୁନଟ୍ ମାଧ୍ୟମରେ ୧୫୧ଟି ଟେଷ୍ଟ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୪ ହଜାର ୭୭୧ ଜଣଙ୍କ ପରୀକ୍ଷା ହୋଇଛି। ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୨୪ ଲକ୍ଷ ଟପିଛି।

କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ପୂର୍ବରୁ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଥିଲା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୯ ହାଜରରୁ ଅଧିକ ଟେଷ୍ଟ କରାଯାଇଛି।

Comments are closed.