Odisha Link
Bridging the Missing Links in Odisha

କରୋନା: ସୁସ୍ଥ ପରେ ବି ଟଳୁନି ସମସ୍ୟା

ଭୁବନେଶ୍ବର : କ‌ରୋନା ସଂକ୍ରମଣରୁ ଅନେକ ରୋଗୀ ସୁସ୍ଥ ହେବା ପରେ ମଧ୍ୟ ରୋଗୀଙ୍କ ଶରୀରରେ ପ୍ରବଳ ଜ୍ବର ସହିତ ନିମୋନିଆ ହେଉଛି।ତେଣୁ ରୋଗୀଟିଏ ଅସୁସ୍ଥ ହୋଇପଡ଼ୁଛି। ରାଜଧାନ‌ୀରେ କୋଭିଡ୍‌ରୁ ମୁକ୍ତ ହୋଇଥିବା ଜଣେ ମହିଳା ଡାକ୍ତର ଖାନାରେ ପୁନଶ୍ଚ ଭର୍ତ୍ତି ହୋଉଛନ୍ତି ।

ସେ ଗତ ମାସ ୧୧ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ କିଛି ଲକ୍ଷଣ ନ ଥିବାରୁ ହୋମ୍ ଆଇସୋଲେସନ୍‌ରେ ରହିଥିଲେ। ପ୍ରାୟ ୨୦ଦିନ ପରେ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଏହାର ୭/୮ଦିନ ପରେ ପୁଣିଥରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଜ୍ବର ହେବା ସହ ନିମୋନିଆ ହୋଇଥିଲା।

ଏହି ସମୟରେ ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ପରେ ଡାକ୍ତର ତାଙ୍କୁ ସିଟି-ସ୍କାନ୍ କରିବା ପାଇଁ ପରାମର୍ଶ ଦେଇଥିଲେ। ସିଟି-ସ୍କାନରେ ତାଙ୍କର ନିମୋନାଇଟିସ୍ ଥିବା ଜଣାପଡ଼ିଥିଲା। ବାମ ଫୁସଫୁସ୍ ୧୦ପ୍ରତିଶତ ଓ ଦକ୍ଷିଣ ଫୁସ୍‌ଫୁସ୍ ୧୦-୨୦ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ନଜରକୁ ଆସିଥିଲା।

ସୂଚନା ଅନୁସାରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଆଡିମଟ୍‌ କରାଯାଇଥିବା ।