ଦୁଷ୍କର୍ମକାରୀଙ୍କ ଫଟୋ ଓ ପୋଷ୍ଟର ସହର ସାରା ଲାଗିବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ମହିଳାଙ୍କ ସୁରକ୍ଷାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ମହିଳାଙ୍କୁ କେହି ଅସଦାଚରଣ ବା ଦୁଷ୍କର୍ମ କରେ ତେବେ ସହର ସାରା ଦୁଷ୍କର୍ମକାରୀର ପୋଷ୍ଟର ଲାଗିବ। ମହିଳାଙ୍କ ବିରୋଧରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କୁ ସାରା ସମାଜ ଜାଣିବା ଆବଶ୍ୟକ ବୋଲି ଏହି ଆଦେଶ ଜାରି କରିଛନ୍ତି ସରକାର। ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୁକ୍ତଙ୍କୁ ମହିଳା ପୋଲିସ କର୍ମଚାରୀଙ୍କ ଦ୍ୱାରା ଦଣ୍ଡିତ କରାଯିବ।
ପୂର୍ବରୁ ମଧ୍ୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରିଥିବା ଅଭିଯୁକ୍ତଙ୍କ ଫଟୋ ସହରର ଅନେକ ସ୍ଥାନରେ ଲଗାଯାଇଥିଲା। ଦୁଷ୍କର୍ମକାରୀର ପରିଚୟ ସମସ୍ତେ ଜାଣିଲେ ଅନ୍ୟ ମାନେ ସାବାଡ଼ ହେବେ। ବର୍ତ୍ତମାନ ରାଜ୍ୟରେ ଥିବା ଆଣ୍ଟି ରୋମିଓ ସ୍କ୍ୱାର୍ଡ ଭଲ କାମ କରୁଛି ଫଳରେ ମହିଳା ବିରୋଧି ହିଂସା କେତେକାଂଶରେ କମିଛି।