Odisha Link
Bridging the Missing Links in Odisha

ବିବାହର ୨ସପ୍ତାହ ପରେ ବିଛେଦ ହେବେ ଏହି କଳାକାର

ମୁମ୍ବାଇ : ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ଚଳିତ ମାସ ସେପ୍ଟେମ୍ବର ୧୦ ତାରିଖରେ ବୟଫ୍ରେଣ୍ଡ୍ ସାମ୍ ଅହମଦ୍ ବମ୍ୱେଙ୍କୁ ବିବାହ କରିଥିଲେ । ବିବାହର ଦୁଇ ସପ୍ତାହ ପରେ ପୁନମ ସ୍ୱାମୀଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ ଥାନାରେ ଅଭିଯୋଗ କରି କହିଛନ୍ତି ସ୍ୱାମୀ ସାମ୍ ବମ୍ୱେ ତାଙ୍କୁ ନିର୍ଯାତନା ଦେଉଛନ୍ତି ।

ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ପୁନମ ଏନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି, ସାମାନ୍ୟ ଏକ ଯୁକ୍ତିତର୍କକୁ କଥା ଏତେ ବଢ଼ିଗଲା ଯେ ସାମ୍ ତାଙ୍କ ଉପରେ ହାତ ଉଠାଇଥିଲେ। ଖାଲି ଏତିକି ନୁହେଁ ତାଙ୍କ ତଣ୍ଟି ଚିପି ଦେଇଥିଲେ।

ଏପରି କି ସାମ୍ ତାଙ୍କ ମୁହଁକୁ ମୁଥ ମାରିଥିଲେ ଏବଂ ଚୁଟି ଝିଙ୍କି ଖଟରେ ମୁଣ୍ଡ ପିଟି ଦେଇଥିଲେ ବୋଲି ପୁନମ କହିଛନ୍ତି। ସେ କହିଛନ୍ତି ସେହି ସମୟରେ ତାଙ୍କୁ ଲାଗିଥିଲା ଯେ ସେ ଆଉ ବଞ୍ଚିବେନି।

ସେ ଆହୁରି କହିଛନ୍ତି, ଏହି ସମୟରେ ସେ ଆଉ ସ୍ୱାମୀଙ୍କ ପାଖକୁ ଫେରିବାକୁ ଚାହୁଁ ନାହାନ୍ତି। ଯେଉଁ ବ୍ୟକ୍ତି ତମକୁ ପଶୁ ଭଳି ମାରପିଟ୍ କରିଥିବ, ଭବିଷ୍ୟତର ପରିଣାମ ବିଷୟରେ ଚିନ୍ତା ନ କରି ତା’ ପାଖକୁ ଫେରିଯିବା ଏକ ଠିକ୍ ନିଷ୍ପତ୍ତି ବୋଲି ମୋତେ ଲାଗୁନାହିଁ।

Comments are closed.