କଙ୍ଗନାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଓକିଲ ,କହିଲେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଜଣେ ଓକିଲ ଅଭିଯୋଗ କରିଛନ୍ତି। କର୍ଣ୍ଣାଟକର ତୁମ୍କୁର କୋର୍ଟରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେ ଚାଷୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ଦାଖଲ ହୋଇଥିବା ମାମଲାରେ କୁହାଯାଇଛି ଯେ କଙ୍ଗନା ରଣାୱତ ଟ୍ୱିଟ୍ କରି କୃଷି ବିଲକୁ ବିରୋଧ କରୁଥିବା ଚାଷୀଙ୍କୁ ଅପମାନିତ କରିଛନ୍ତି । ଏହି ଟ୍ୱିଟକୁ ନେଇ କୃଷକମାନେ ମଧ୍ୟ ଅନେକ ସ୍ଥାନରେ ବିରୋଧ କରିଥିଲେ । ପରେ କଙ୍ଗନା ରଣାୱତ କହିଛନ୍ତି ଯେ ସେ ଚାଷୀଙ୍କୁ ଅପମାନିତ କରିନାହାଁନ୍ତି ।
प्रधानमंत्री जी कोई सो रहा हो उसे जगाया जा सकता है, जिसे ग़लतफ़हमी हो उसे समझाया जा सकता है मगर जो सोने की ऐक्टिंग करे, नासमझने की ऐक्टिंग करे उसे आपके समझाने से क्या फ़र्क़ पड़ेगा? ये वही आतंकी हैं CAA से एक भी इंसान की सिटिज़ेन्शिप नहीं गयी मगर इन्होंने ख़ून की नदियाँ बहा दी. https://t.co/ni4G6pMmc3
— Kangana Ranaut (@KanganaTeam) September 20, 2020
କଙ୍ଗନା ଟ୍ୱିଟ୍ ରେ ଲେଖିଛନ୍ତି “ପ୍ରଧାନମନ୍ତ୍ରୀ ଜୀ ଯଦି କେହି ଶୋଇଛି ତେବେ ତାକୁ ଉଠାଯାଇପାରେ, ଭୁଲ ବୁଝାମଣା ଥିଲେ ତାଙ୍କୁ ବୁଝାଇ ଦିଆଯାଇପାରେ, କିନ୍ତୁ ଯିଏ ଶୋଇବାର ଅଭିନୟ କରେ ଓ ଅବୁଝା ହେବାର ଅଭିନୟ କରେ ତାଙ୍କୁ ଆପଣ ବୁଝାଇଲେ ବି କିଛି ଲାଭ ହେବନି। ଏମାନେ ସେହି ଆତଙ୍କବାଦୀ, ସିଏଏରେ କାହାର ବି ନାଗରିକତା ଗଲାନି କିନ୍ତୁ ଏମାନେ ରକ୍ତର ନଦୀ ବୁହାଇଦେଲେ।”
ତେବେ କଙ୍ଗନା ରାଣାୱତ ସେପ୍ଟେମ୍ବର ୨୦ ତାରିଖରେ ଏହି ଟ୍ୱିଟ୍ କରିଥିଲେ । ଯାହାକୁ ନେଇ ତାଙ୍କ ବିରୋଧରେ IPCର ଧାରା 44, 108, 153, 153A ଏବଂ504 ଧାରାରେ ମାମଲା ହୋଇଛି।