Odisha Link
Bridging the Missing Links in Odisha

ଏଣିକି ପୁରୀକୁ ଗଡ଼ିବ ଟ୍ରେନ୍‌

ଭୁବନେଶ୍ବର: ଟ୍ରେନ୍‌ ଚଳାଚଳ ଉପରେ ଲାଗିଥିବା କଟକଣା ରାଜ୍ୟ ସରକାର ହଟାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ପଦ‌କ୍ଷେପ ନିଆଯାଇଛି। ଅକ୍ଟୋବର ପହିଲାରୁ ୧୦ଟି ସ୍ୱତନ୍ତ୍ର ଟ୍ରେନ୍‌ର ରହଣୀ ଷ୍ଟେସନ ସଂଖ୍ୟା ବଢ଼ିବା ସହ ପୁରୀକୁ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅନୁଯାୟୀ, ଆସନ୍ତା ସପ୍ତାହରୁ ​‌​‌କେ​‌​‌ତେକ ସ୍ବତନ୍ତ୍ର ଟ୍ରେନର ଚଳାଚଳକୁ ପୁରୀ ଯାଏ ବୃଦ୍ଧି କରାଯାଇଛି।

ଏହାଛଡା ପହିଲାଠାରୁ କେତେକ ​‌ଷ୍ଟେସନ୍‌ରେ ଏହାର ଅତିରିକ୍ତ ରହଣି ସୁବିଧା ମଧ୍ୟ କରାଯାଇଛି। ଏଥି​‌ରେ ମୁମ୍ବଇ-ଭୁବନେଶ୍ବରମୁମ୍ବଇ ସ୍ବତନ୍ତ୍ର ​କୋଣାର୍କ ଏକ୍ସପ୍ରେସ ଉଭୟ ଦିଗରୁ ପହିଲାରୁ ବାଲୁଗାଁ, ଛତ୍ରପୁର ଏବଂ ବ୍ରହ୍ମପୁରଠାରେ ରହଣି କରିବ। ସିକନ୍ଦରାବାଦ-ହାୱଡା-ସିକନ୍ଦରାବାଦ ଫଲକନାମା ସ୍ବତନ୍ତ୍ର ଟ୍ରେନ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରଠାରେ ରହିବ। ଗୌହାଟି-​‌​‌ବେଙ୍ଗାଲୁରୁ-ଗୌହାଟି (ସପ୍ତାହକୁ ତିନି ଥର) ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରଠାରେ ଏବଂ ହାଓଡା-ତିରିଚିରାପଲ୍ଲୀ-ହାୱଡା (ସପ୍ତାହକୁ ଦୁଇଥର) ବ୍ରହ୍ମପୁରଠାରେ ରହଣି କରିବ। ଖୋର୍ଦ୍ଧାରୋଡ-ଅହମ୍ମଦାବାଦ-ଖୋର୍ଦ୍ଧାରୋଡ ସ୍ବତନ୍ତ୍ର ଟ୍ରେନ ଉଭୟ ଦିଗରୁ କାଳୁପଡାଘାଟ, ବାଲୁଗାଁ,ଖଲ୍ଲିକୋଟ, ଛତ୍ରପୁର ଏବଂ ବ୍ରହ୍ମପୁରଠାରେ ଅତିରିକ୍ତ ରହଣି କରିବ।

ସେହିଭଳି ଭୁବନେଶ୍ବର-ଅହମ୍ମଦାବାଦ-ଭୁବନେଶ୍ବର ଭାୟା ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ ଉଭୟ ଦିଗରୁ ବଡପାଲ୍ଲି,ବଡମାଳ, ହରଶଙ୍କରରୋଡ ଏବଂ ନୂଆପଡାଠାରେ ଅତିରିକ୍ତ ରହଣି କରିବ। ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ସ୍ପେଶାଲ, ଭୁବନେଶ୍ବର-ସିଆଲଦା-ଭୁବନେଶ୍ବର ଦୂରନ୍ତୋ ସ୍ପେଶାଲ, ଭୁବନେଶ୍ବର-ଦୁର୍ଗ-ଭୁବନେଶ୍ବର ସ୍ପେଶାଲ, ଖୋର୍ଦ୍ଧାରୋଡ-ଅହମ୍ମଦାବାଦଖୋର୍ଦ୍ଧାରୋଡ ଏବଂ ଭୁବନେଶ୍ବର-ଅହମ୍ମଦାବାଦ- ଭୁବନେଶ୍ବର ସ୍ପେଶାଲ, ଖୋର୍ଦ୍ଧାରୋଡ-ଓଖା-ଖୋର୍ଦ୍ଧାରୋଡ ଏବଂ ଖୋର୍ଦ୍ଧାରୋଡ–ଗାନ୍ଧୀଧାମ୍‌- ଖୋର୍ଦ୍ଧାରୋଡ ଆଦି ସ୍ବତନ୍ତ୍ର ଟ୍ରେନର ଚଳାଚଳ ପୁରୀ ଯାଏ ବୃଦ୍ଧି କରାଯାଇଛି।

Comments are closed.