Odisha Link
Bridging the Missing Links in Odisha

ଥମୁନି ଅନୁଭବ-ବର୍ଷା ବିବାଦ

କଟକ: ଓଲିଉଡରେ ଅନୁଭବ-ବର୍ଷା ଯୋଡ଼ଙ୍କୁ ଅନେକ ପସନ୍ଦ କରିଥାନ୍ତି ।ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି , ଯାହା ଥମିବାର ନାଁ ନେଉନାହିଁ ।ବର୍ଷା ଅସୁରକ୍ଷିତ ମନେକରି ପୋଲିସକୁ ଫୋନ କରି ସୁରକ୍ଷା ମାଗିଥିଲେ ।ସେଦିନର ଏକ ଭିଡିଏ ଏବେ ସାମ୍ନାକୁ ଆସିଛି ।

ଏଥିରେ ବର୍ଷାଙ୍କୁ ଖାଇବାକୁ ଦେଉଛନ୍ତି ରୋଷେୟା । ଭିଡିଓରେ ରୋଷେୟା କହୁଛନ୍ତି, ପ୍ରତିଦିନ ଘରେ ଯାହା ରୋଷେଇ ହୁଏ ତାହା ଘରର ପ୍ରତିଟି ସଦସ୍ୟ ଖାଇଥାନ୍ତି । ଅନୁମାନ କରାଯାଉଛି, ପୂର୍ବରୁ ଆସିଥିବା ଭିଡିଓଟି ବର୍ଷାଙ୍କ ମୋବାଇଲରୁ ରେକର୍ଡ ହୋଇଥିବାବେଳ ଆଜିର ଭିଡିଓଟି ଅନୁଭବଙ୍କ ସହଯୋଗୀ ରେକର୍ଡ କରିଥାଇପାରନ୍ତି ।

ଅଭିଯୋଗ ଅନୁସାରେ ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଇଚ୍ଛା ବିରୁଦ୍ଧରେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଯାହାଫଳରେ ପୁଲିସର ସହାୟତା ଲୋଡିଥିଲେ ବର୍ଷା ।ତାପରେ ଅନୁଭବ ମହାନ୍ତିଙ୍କ ଘରେ ପହଞ୍ଚିଥିଲା ପୁଲିସ ।

ବର୍ଷା ଖାଇବା ସମୟର ୨ ଜଣ ଯୁବକ ଅନୁଭବଙ୍କ କଥାରେ ଭିଡିଓ ସୁଟ କରୁଥିଲେ ।ବର୍ଷାଙ୍କ ଓକିଲ କହିଥିଲେ ସେମାନେ ରୁମ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏନେଇ ବର୍ଷା ଶହେକୁ ଡାଏଲ କରି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ ।

ପୂର୍ବରୁ ଅନୁଭବ, ବର୍ଷାଙ୍କ ସହ ରହିବେନି ବୋଲି କହିସାରିଛନ୍ତି ଓ ବିବାହ ବିଛେଦ ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ବର୍ଷା କିନ୍ତୁ ନିଜ ବିବାହକୁ ବଞ୍ଚାଇଥିବା କଥା କହୁଥିବା ବେଳେ କ୍ଷତିପୂରଣ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ଷା ଦିଲ୍ଲୀର କୋର୍ଟରେ ଅନୁଭବ କରିଥିବା ମାମଲା କଟକ ଆଣିବାକୁ ସୁପ୍ରିମକୋର୍ଟ ଯାଇଛନ୍ତି । ଆଉ ଉଭୟ ପକ୍ଷର ମାମଲା ଏବେ ବିଚାରାଧୀନ ରହିଛି ।

 

Comments are closed.