Odisha Link
Bridging the Missing Links in Odisha

ସାଉଥ ସିନେମାରେ ନଜର ଆସିବେ ଅମିତାଭ

ନୂଆଦିଲ୍ଲୀ : ବଲିଉଡର ବିଗ ବି ଅମିତାଭ ବଚ୍ଚନ ଖୁବ ଶୀଘ୍ର ସାଉଥ ସିନେମାରେ ନଜର ଆସୁଛନ୍ତି । ତାଙ୍କ ସହ ଦୀପିକା ପାଦୁକୋନ ଓ ସାଉଥ ସୁପରଷ୍ଟାର ପ୍ରଭାସ ମଧ୍ୟ ନଜର ଆସିବେ।

ଏହା ସିନେମାଟି ବିଭିନ୍ନ ଭାଷାରେ ରିଲିଜ ହେବ। ତେବେ ସିନେମାର ନାଁଟି ଜଣାପଡ଼ି ନାହିଁ । ତେବେ ବୈଜୟନ୍ତୀ ମୁଭିଜ ଅଲଗା ଅଲଗା ଭାରତୀୟ ଭାଷାରେ ଅନେକ ହିଟ୍ ଫିଲ୍ମ ନିର୍ମାଣ କରିଛନ୍ତି।

ଅଶ୍ବିନୀ ଦତ୍ତ କହିଛନ୍ତି ଯେ ସେ ଅମିତାଭଙ୍କଅନେକ ସିନେମା ତେଲୁଗୁ ରିମେକରେ କାମ କରିଛନ୍ତି। ଏତେ ବର୍ଷ ପରେ ବାସ୍ତବରେ ଏହା ତାଙ୍କ ପାଇଁ ଗୌରବର ବିଷୟ ଓ ଏକାଠି କାମ କରିବା​ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଅଶ୍ବିନୀ ।

https://www.instagram.com/p/CGHBUldJuqa/?igshid=1wkmqnpxymbb1

ସିନେମାରେ ଅମିତାଭଙ୍କର ମୁଖ୍ୟ ଚରିତ୍ର ରିହିଛି । ଏହା ୨୦୨୨ ବେଳକୁ ରିଲିଜ ହେବ।