Odisha Link
Bridging the Missing Links in Odisha

ପୁଣି କରୋନା ପରାସ୍ତ: ୮୬ ବର୍ଷିୟା ମହିଳା ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ

ଭୁବନେଶ୍ବର : ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶାର ସଂଞ୍ଚାର ଦେଖାଇଛନ୍ତି । ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାଶ ।

କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ ସମ୍‌ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ତାଙ୍କର ଡାଇବେଟିସ୍‌, ବ୍ଲଡପ୍ରେସର୍‌, ଶ୍ୱାସ ଓ ଗ୍ୟାସ୍‌ଜନିତ ସମସ୍ୟା ମଧ୍ୟ ରହିଥିଲା ।

ଏପରିକି ତାଙ୍କ ବାମ ଗୋଡଟି ଭାଙ୍ଗି ଥିବାରୁ ସେ ଶଯ୍ୟାଶାୟୀ ଥିଲେ । ଏଭଳି ଅବସ୍ଥାରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ସତ୍ୟଭାମାଙ୍କର ଅତି ଯତ୍ନ ଓ ନିଷ୍ଠାର ସହ ଚିକିତ୍ସା ଓ ସେବା କରିଥିଲେ ସମ୍‌ କୋଭିଡ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନେ ।

କରୋନାରୁ ପରାସ୍ତ କରି ଏହି ଶଯ୍ୟାଶାୟୀ ବୟୋଜ୍ୟେଷ୍ଠା ମହିଳା ଜଣକ ଶୁକ୍ରବାର ଘରକୁ ଫେରିଛନ୍ତି । ହସ୍ପିଟାଲ୍‌ର ଡାକ୍ତର ଓ ନର୍ସ ମାନେ ତାଙ୍କର ଯେଉଁଭଳି ଭାବେ ଚିକିତ୍ସା ଓ ଯତ୍ନ କଲେ ସେଥିପାଇଁ ସେ କୃତଜ୍ଞ ବୋଲି କହିଛନ୍ତି ।

ତାଙ୍କ ପୁଅ ସଞ୍ଜିବ କୁମାର ଦାଶ ମଧ୍ୟ ସମ୍ କୋଭିଡ ଟିମ୍‌କୁ ତାଙ୍କ ମାଆଙ୍କର ଉତମ ଚିକିତ୍ସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଭର୍ତି ହୋଇଥବା ବରିଷ୍ଠ ନାଗରିକମାନେ ସୁସ୍ଥ ହୋଇ ଘରକୁ ଫେରୁଥିବାର ଅନେକ ନଜିର ଦେଖିବାକୁ ମିଳିଛି ।

Comments are closed.