Odisha Link
Bridging the Missing Links in Odisha

ସାଂସଦ ଅପରାଜିତାଙ୍କ ବିରୋଧରେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟଶଙ୍କର

ଭୁବନେଶ୍ୱର: ପୁଣି ଥରେ କୋଭିଡ୍ ନିୟମ ଉଲ୍ଲଘଂନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଜନ୍ମଦିନ ପାଳନ ବେଳେ ସାମାଜିକ ଦୂରତ୍ୱର ଉଲ୍ଲଂଘନ କରିଛନ୍ତି ସାଂସଦ। ଏନେଇ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅପରାଜିତାଙ୍କ ଜନ୍ମଦିନ ବେଳର ଭିଡିଓକୁ ନେଇ ସେ ଆପତ୍ତି ଉଠାଇଛନ୍ତି। ସାଂସଦ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଘଂନ କରିଥିବା ସେ ଅଭିଯୋଗ କରିଛନ୍ତି।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର। ସେ ଲେଖିଛନ୍ତି, ଅପରାଜିତା ଏଭଳି ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ କରୁଛନ୍ତି। ସାଂସଦଙ୍କ ଏଭଳି ଆଚରଣ କୋଭିଡ ଯୋଦ୍ଧାଙ୍କୁ ହତୋତ୍ସାହିତ କରିବା ସହ ଯେଉଁ ମାନଙ୍କ ଦେହାନ୍ତ ହୋଇଛି ସେମାନଙ୍କ ପ୍ରତି ଅସମ୍ମାନ। ପ୍ରଧାନମନ୍ତ୍ରୀ ବାରମ୍ବାର ସାମାଜିକ ଦୂରତା କଥା କହୁଛନ୍ତି। କିନ୍ତୁ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର ନିୟମ ଭାଙ୍ଗୁଛନ୍ତି। ସାଂସଦ କୋଭିଡ ନିୟମ ପାଳନରେ ସମସ୍ତଙ୍କ ଆଦର୍ଶ ହେବା କଥା ବୋଲି ଦିବ୍ୟ ଶଙ୍କର ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ଅପରାଜିତାଙ‌କ ଜନ୍ମଦିନରେ ଶତାଧିକ ମହିଳା ଯୋଗଦେଇଥିଲେ। ଯେଉଁଥିରେ ଜଣଙ୍କ ବ୍ୟତୀତ ଅନ୍ୟ କେହିଁ ବି ମୁହଁରେ ମାସ୍କ ପିନ୍ଧିନଥିଲେ। ସାମାଜିକ ଦୂରତ୍ୱ ଜମାରୁ ନଥିଲା। ଏବଂ ସମସ୍ତେ ମିଶି ନାଚଗୀତ କରୁଥିଲେ। ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନରେ ନାଚଗୀତର ଭିଡିଓ ସୋସିଆଲ୍ ମିଡିଆରେ ଏବେ ଭାଇରାଲ ହେଉଛି।

Comments are closed.