Odisha Link
Bridging the Missing Links in Odisha

କରୋନା ମୁକାବିଲା ପାଇଁ ସୋଆ ଏନ୍‌ଏସ୍‌ଏସ୍‌ର ଶପଥ ପାଠ

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀଙ୍କ ନୂଆ ଅଭିଯାନ “ କରୋନା ସେ ବଚେ, ଯବ୍ ତକ୍ ଦବାଇ ନେହିଁ, ତବ୍‌ ତକ୍ ଢିଲାଇ ନେହିଁ” କୁ ଅନୁସରଣ କରି ଶୁକ୍ରବାର ଦିନ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ଶପଥ ଗ୍ରହଣ କରାଯାଇଛି ।

ନିଜେ ସତର୍କ ରହିବା ସହିତ ନିଜ ସାଙ୍ଗ ସାଥୀଙ୍କୁଏହି ମାରାତ୍ମକ ଭୂତାଣୁ ବିଷୟରେ ସଜାଗ କରିବା । ଏହା ସହିତ ଆବଶ୍ୟକୀୟ ଆଚାର-ବିଚାର ପାଳନ କରିବା ଓ ଅନ୍ୟମାନଙ୍କୁ କହିବା ।

ନିଜେ ସାବଧାନ ରହିବା ସହିତ ଅନ୍ୟମାନଙ୍କୁ ସାବଧାନ ରହିବାକୁ ଅନୁପ୍ରାଣିତ କରିବା । ନିଜେ ମୁହଁରେ ମାସ୍କ ପିନ୍ଧିବା, ଅନ୍ୟକୁ ମଧ୍ୟ କହିବା ।

 

ବିଶେଷତଃ ସାର୍ବଜନିକ ସ୍ଥାନରେ ପରସ୍ପର ଠାରୁ ଦୁଇ ଗଜ ସାମାଜିକ ଦୂରତା ରଖିବା, ହାତକୁ ସାବୁନ୍ ଓ ପାଣିରେ ଭଲ ଭାବେ ଧୋଇବା ।

ଏହିଭଳି ଭାବେ ସୋଆ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ୍ ସଂଯୋଜକ, ପ୍ରୋଗ୍ରାମ୍ ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନେ ଶପଥ ପାଠ କରିଥିଲେ ।

ସମସ୍ତେ ମିଶି କୋଭିଡ-୧୯କୁ ନିଶ୍ଚୟ ଜିତିବା । ସ୍ୱତଃ ପ୍ରବୃତ ଭାବରେ ଛାତ୍ରଛାତ୍ରୀ ଓ ଅନ୍ୟମାନେ ନିଜ ନିଜ ସ୍ଥାନରେ ଏହି ଶପଥ ନେଇଥିଲେ । ବିଶେଷତଃ ଅମିତ୍‌, ପ୍ରତୀକ, ଦେବାଶିଷ ପ୍ରମୁଖ ମୁଖ୍ୟ ଭୂମିକା ତୁଲାଇ ଥିଲେ ।

ପ୍ରୋଗ୍ରାମ କୋଡିନେଟର୍ ଡ. ନଚିକେତା ଶର୍ମା ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହତ କୋଭିଡ-୧୯ ସଚେତନତା ୱେବିନାର ଶୃଙ୍ଖଳା ଭଳି ଆଗାମୀ ଦିନରେ ପ୍ରତି ଏନ୍‌ଏସ୍‌ଏସ୍ ୟୁନିଟ୍ ସ୍ତରରେ ଜାତୀୟ ଶିକ୍ଷା ନୀତି ଉପରେ ୱେବିନାର ଆୟୋଜନ ହେବା ନେଇ କହିଥିଲେ ।

Comments are closed.