Odisha Link
Bridging the Missing Links in Odisha

ପୋକ ଖାଇଗଲା ୧୫ କ୍ୱିଣ୍ଟାଲ ‘ଚୁଡ଼ା-ଗୁଡ଼’

କେନ୍ଦ୍ରାପଡ଼ା: ବିପନ୍ନଙ୍କ ପାଇଁ ଆସିଥିବା କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଚୁଡ଼ା-ଗୁଡ଼ ବଣ୍ଟା ନ ହୋଇ ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି।

କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ୧୫ କ୍ୱିଣ୍ଟାଲ ଚୁଡ଼ା ନଷ୍ଟ ହୋଇଛି।  ବାତ୍ୟାରେ କ୍ଷତିଗ୍ରସ୍ତ ୨୭ ପଞ୍ଚାୟତରେ ବିପନ୍ନଙ୍କୁ ରିଲିଫ ସାମଗ୍ରୀ ମିଳିନଥିବା ଅଭିଯୋଗ ହୋଇଥିଲା।

ତେବେ ଅମ୍ଫାନ ବାତ୍ୟାବେଳେ ଆସିଥିବା ଚୁଡ଼ା ବଣ୍ଟା ନ ଯାଇ ପୋକ ଲାଗି ସେଗୁଡ଼ିକ ନଷ୍ଟ ହୋଇଗଲାଣି। ଖାଲି ଚୁଡ଼ା ନୁହେଁ ବସ୍ତା ବସ୍ତା ଗୁଡ଼ ବି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ବିଡିଓ ସୁଧୀର ସିଂ କହିଛନ୍ତି ଯେ, ରିଲିଫ ସାମଗ୍ରୀ ଯାହା ଆସିଥିଲା ପଞ୍ଚାୟତଗୁଡ଼ିକୁ ଯୋଗାଇ ଦିଆଯାଇଥିଲା ।

ତେବେ ସେତେବେଳେ ପରିବହନ ସମୟରେ ଭିଜି ଯାଇଥିବା ୪୦ ବସ୍ତା ଚୁଡ଼ା ବଣ୍ଟା ନଯାଇ ରଖାଯାଇଥିଲା। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

Comments are closed.