ବିଜେପିରେ ସାମିଲ ହେଲେ ସାଇରା ବାନୋ, ପ୍ରଥମ ମୁସଲିମ୍ ମହିଳା ଭାବେ ତିନି ତଲାକ ବିରୋଧରେ ଉଠାଇଥିଲେ ସ୍ବର

ନୂଆଦିଲ୍ଲୀ: ଦିନେ ତିନ ତଲାକ ବିରୋଧରେ ଲଢ଼େଇ କରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ସାଇରା ବାନୋ। ସେ ଏବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ଯିଏ କି ସୁପ୍ରମିକୋର୍ଟରେ ତିନି ତଲାକ ବିରୋଧରେ ଯାଚିକା ଆବେଦନ କରିଥିଲେ। ଏଥିସହିତ ପ୍ରଥମ ମୁସଲିମ୍ ମହିଳା ଭାବେ ସେ ତିନ ତଲାକ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସେ ୨୦୧୬ ମସିହା ଫେବୃଆରୀ ୨୩ ତାରିଖରେ ତିନ ତଲାକ ବିରୋଧରେ ଯାଚିକା ଆବେଦନ କରିଥିଲେ। ତେବେ ୨୦୧୭ ଅଗଷ୍ଟ ୨୨ରେ ସୁପ୍ରିମ କୋର୍ଟ ଏହା ଉପରେ ଐତିହାସିକ ନିଷ୍ପତ୍ତି ଶୁଣାଇ ଥିଲେ।
ସାଇରା ବାନୋ ଉତ୍ତରାଖଣ୍ଡ ବିଜେପି ଅଧ୍ୟକ୍ଷ ବଂଶୀଧର ଭଗତ ଓ ଅନ୍ୟ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ବିଜେପି ପକ୍ଷରୁ ତାଙ୍କୁ ସଦସ୍ୟତା ପ୍ରଦାନ କରାଯାଇ ଦଳରେ ସାମିଲ କରିଛି। ବିଜେପିରେ ସାମିଲ ହେବା ପରେ ସାଇରା ବାନୋ ପିଏମ ନରେନ୍ଦ୍ର ମୋଦୀ ଓ ବିଜେପି ନୀତିରେ ପ୍ରେରିତ ହୋଇ ପାର୍ଟିରେ ସାମିଲ ହୋଇଥିବା କହିଛନ୍ତି।
तीन तलाक के खिलाफ आवाज उठाने वाली बहादुर महिला सायरा बानो जी ने आज प्रदेश कार्यालय देहरादून में प्रदेश अध्यक्ष श्री @bansidharbhagat जी एवं प्रदेश महामंत्री संगठन श्री @ajaeybjp जी की उपस्थिति में भाजपा की सदस्यता ग्रहण की। pic.twitter.com/1yxMbnG8pj
— BJP Uttarakhand (@BJP4UK) October 10, 2020
ସାଇରା ବାନୋ ତିନ ତଲାକ ବିରୋଧରେ ଯାଚିକା ଆବେଦନ କରିବା ପରେ ତିନି ତଲାକ ଉପରେ ଅଦାଲତ କଟକଣା ଲଗାଇ ଥିଲେ। ତେବେ ସେ ଯେଉଁ ଭଳି ଭାବେ ତିନି ତଲାକ ବିରୋଧରେ ନ୍ୟାୟର ଲଢ଼େଇ ଲଢ଼ିଥିଲେ ସେହିପରି ସେ ବିଜେପିର ସିଦ୍ଧାନ୍ତକୁ ଆଗକୁ ନେବେ ବୋଲି କହିଛନ୍ତି ଭଗତ।