Odisha Link
Bridging the Missing Links in Odisha

ନକଲି ଜର୍ଦ୍ଦା କାରଖାନା ଠାବ; ୩ ଗିରଫ

ଯାଜପୁର:ସୋମବାର ଯାଜପୁର ପୁଲିସ ଜିଲ୍ଲାର ଜେନାପୁର ଥାନା ମାଳହାଟରେ ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ବିଭିନ୍ନ ସରଞ୍ଜାମ ଜବତ କରିଛି ।ଏହି ବେଆଇନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ, ମାଳହାଟ ଗ୍ରାମରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ଖବର ପାଇଥିଲା ।ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ଆଜି ସକାଳୁ ଏହି ଚଢାଉ କରିଥିଲେ।

ନାମୀଦାମୀ କମ୍ପାନୀର ଲୋଗୋ ବ୍ୟବହାର କରି ନକଲି ଜର୍ଦ୍ଦା ପ୍ରସ୍ତୁତ ସହ ବ୍ୟବସାୟୀମାନେ ବଜାରରେ ବିକ୍ରି କରି ବେଶ ଲାଭ କମାଉଥିଲେ।

Comments are closed.