ଦୈନିକ ସାଢେ ୪ ଘଣ୍ଟା ହେବ ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ ଗୁରୁତ୍ୱପୂର୍ଣ୍ଣ ଶୀତଅଧିବେଶନ। ଶୀତଅଧିବେଶନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି ସୂଚନା ଦେଇ କହିଛନ୍ତି ଯେ, ଶୀତ ଅଧିବେଶନ ଦୈନିକ ମାତ୍ର ସାଢେ ୪ ଘଣ୍ଟା ଚାଲିବ। ତେବେ ପ୍ରଶ୍ନକାଳ ହେବ କି ନାହିଁ ସେନେଇ କିଛି ସ୍ଥିର କରାଯାଇନଥିବା ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।
ଶ୍ରୀ ପାତ୍ର କହିଛନ୍ତି ଯେ, ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ନେଇ ପରାମର୍ଶ ନିଆଯିବ। ଇ- ବିଧାନସଭା ଲାଗି ଆସନ୍ତାକାଲି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ବିଧାନସଭା କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଶୀତଅଧିବେଶନ ଆସନ୍ତା ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବା ନେଇ ଧାର୍ଯ୍ୟ ହୋଇଛି। ନଭେମ୍ବର ୨୦ରେ ଅତିରିକ୍ତ ବଜେଟ ଆଗତ କରାଯିବ। ଗତକାଲି ବିଧାନସଭାର ଶୀତ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କରୋନା ଯୋଗୁଁ ମୌସୁମୀ ଅଧିବେଶନ ସ୍ୱଳ୍ପକାଳୀନ ହୋଇଥିଲା ତେଣୁ ଶୀତଅଧିବେଶନ ଦୀର୍ଘକାଳୀନ କରାଯାଇଛି।