Odisha Link
Bridging the Missing Links in Odisha

ମାଫିଆ ଓ ଗ୍ରାମବାସୀ ମୁହାଁମୁହିଁ: ଦୁଇ ଗାଡ଼ି ଜବତ

ଚଢ଼େଇଧରା: ବେଆଇନ ପଥର ଖନନ, ପରିବହନ ଓ ବେଆଇନ କ୍ରସର ଚାଲିବାକୁ ନେଇ ଗ୍ରାମବାସୀ ଓ ମାଫିଆଙ୍କ ମଧ୍ୟରେ ମୁହାଁ ମୁହିଁ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନସ୍ଥ ମହିସରା ପଂଚାୟତ ରାହାଡ଼ପୁର କଳାପଥର ପାହାଡ଼ରେ ମାଫିଆ ମାନେ ବେଆଇନ ଭାବରେ ପଥର ଖନନଓ ଚୋରା ଚାଲଣା କରୁଥିଲେ।

ବେଆଇନ ପଥର ଖନନକୁ ବାବା ଷ୍ଟୋନ କ୍ରସର ମାଲିକ ସମର୍ଥନ କରୁଥିଲେ। ସେ କିଛି ମାଫିଆଙ୍କୁ ଏକାଠି କରି ଗ୍ରାମବାସୀଙ୍କୁ ବୋମା ଓ ମାଉଜର ଦେଇ ବେଆଇନ ପଥର ବ୍ୟବସାୟ ଜାରି ରଖିବା ଓ ବିରୋଧ ନ କରିବାକୁ ଧମକ ଦେଇଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ଶତାଧିକ ଗ୍ରାମବାସୀ ସଙ୍ଘବଦ୍ଧ ହୋଇ ମାଫିଆ ଗୋଷ୍ଠୀଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଇଟି ଗାଡ଼ିକୁ ନିଜ ହେପାଜତକୁ ନେବା ସହ ଉତ୍ତେଜିତ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।

Comments are closed.