Odisha Link
Bridging the Missing Links in Odisha

ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୫ ମୃତ

ଭାଗଲପୁର: ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ବିହାରର ଭାଗଲପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଡଙ୍ଗା ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ନାୱଗଛିୟାର ଗୋପାଳପୁର ତୀନଟଙ୍ଗା ଜାହାଜ ଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା। କୁହାଯାଉଛି ଯେ, ଶ୍ରମିକ ଓ କୃଷକମାନେ ଏକ ଘରୋଇ ଡଙ୍ଗାରେ ବସି ମକା ବୁଣିବା ପାଇଁ ଯାଉଥିଲେ।

ସୂଚନା ମୁତାବକ, ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଯାଉଥିଲେ। ସ୍ଥାନୀୟ ଲୋକଙ୍କ ସହାୟତରେ ୩୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୫ରୁ ୨୦ ଜଣଙ୍କର ପତ୍ତା ମିଳୁନାହିଁ। ଅଧିକ ଯାତ୍ରୀ ଥିବାରୁ ଡଙ୍ଗାଟି ବୁଡିଯାଇଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ସାମୁଦ୍ରିକ ଯାତ୍ର୍ରୀଙ୍କ ସହାୟତରେ ନିଖୋଜ ଲୋକଙ୍କ ସନ୍ଧାନ କାର୍ଯ୍ୟ ଜାରୀ ରହିଛି।

Comments are closed.