Odisha Link
Bridging the Missing Links in Odisha

ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ

ବଣାଇ: ଗତକାଲି ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ କୁଚେଇତା ଗ୍ରାମରେ ଘଟିଛିl ହାତୀମାନେ ଧାନ ଖାଇବାକୁ ଜଙ୍ଗଲ ନିକଟସ୍ଥ ଗ୍ରାମକି ଆସିଥିଲେ।

ସୂଚନା ଅନୁସାରେ, ରାଉରକେଲା ବନଖଣ୍ଡର ବାଙ୍କୀ ବନାଞ୍ଚଳ ଅଧୀନସ୍ଥ କୁଚେଇତା ଗ୍ରାମରେ ରାତିରେ ଧାନ ଜଗିବାକୁ ସ୍ଵାମୀ ପାଗଳ ମୁଣ୍ଡା ଏବଂ ପତ୍ନୀ ମୋନିକା ମୁଣ୍ଡା ଜମିକୁ ଯାଇଥିଲେ। ସେହି ସମୟରେ ପ୍ରାୟ କୋଡ଼ିଏରୁ ଅଧିକ ହାତୀ ଥିବା ଏକ ହାତୀଦଳ ସେମାନଙ୍କ ଜମି ନିକଟକୁ ଆସିଥିଲେ।

ସ୍ୱାମୀ ସ୍ତ୍ରୀ ସେମାନଙ୍କୁ ଘଉଡାଇ ଥିଲେ। ସେହି ହାତୀପଲ ମଧ୍ୟରୁ ଗୋଟିଏ ଦନ୍ତାହାତୀ ପଛରେ ଲୁଚି ରହିଥିଲା ।ହାତୀଟି ମହିଳାଜଣଙ୍କୁ ଅତି ନିକଟରେ ପାଇ ନିଜ ଦାନ୍ତ ସାହାଯ୍ୟରେ ମହିଳାଙ୍କୁ ମାରିବା ସହିତ ତାଙ୍କର ଅନ୍ତବୁଜୁଳା ବାହାର କରି ଦେଇଥିଲା । ଏହାଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ବାଙ୍କୀ ବନାଞ୍ଚଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ପରେ ମହିଳାଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି ।

Comments are closed.