Odisha Link
Bridging the Missing Links in Odisha

ଘୁଞ୍ଚିଲା ଏକକ ପିଜି ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଘୁଞ୍ଚିଲା ଏକକ ପିଜି ପାଇଁ ନାମଲେଖା ପ୍ରକ୍ରିୟା। ଆସନ୍ତା ନଭେମ୍ବର ୧୬ରେ ଏକକ ପିଜି ପାଇଁ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ।ପୂର୍ବରୁ ୧୦ ତାରିଖରେ ଏହା ପ୍ରକାଶ ପାଇବାର ଥିଲା। ଡିସେମ୍ବର ୧୬ ସୁଦ୍ଧା ଆଡମିଶନ ପ୍ରକ୍ରିୟା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି।

ନଭେମ୍ବର ୧୦ରେ ରାତ୍ର ୧୧.୪୫ ସୁଦ୍ଧା ଛାତ୍ରମାନେ ସାଏମସ୍ ୱେବସାଇଟ୍ ପୋର୍ଟାଲରେ ସେମାନଙ୍କର ମାର୍କ ଅପଡେଟ୍ କରିପାରିବେ। ରାଜ୍ୟ ସରକାର ବିଦ୍ୟାଳୟ ଓ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେବାରେ ବିଳମ୍ବ ହେଲେ ପିଜି କ୍ଲାସ ଅନଲାଇନରେ ଅନୁଷ୍ଠିତ ହେବ ବୋଲି ବିଭାଗ ସ୍ପଷ୍ଟ କରିଛି।

Comments are closed.