Odisha Link
Bridging the Missing Links in Odisha

କୃଷି ଆଇନକୁ ବିରୋଧ: ରାଜରାସ୍ତାରେ ଶହ ଶହ ଚାଷୀ

ଭୁବନେଶ୍ୱର: ନୂତନ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ଶହ ଶହ ଚାଷୀ। ଆଜି ଭୁବନେଶ୍ୱରରେ ନବ ନିର୍ବାଣ କୃଷି ସଂଗଠନ ପକ୍ଷରୁ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରାଯାଇଛି। ଏହାର ପ୍ରତିବାଦରେ ଶହ ଶହ ଚାଷୀ ଜାତୀୟ ରାଜପଥ ଉପରେ ବସିଛନ୍ତି।

ଆନ୍ଦୋଳନ ପାଇଁ ଭୁବନେଶ୍ୱରକୁ ଆସୁଥିବା ଏକ ବିରାଟ ଚାଷୀ ପଟୁଆରକୁ ପୁଲିସ ଅଟକାଇଛି। ହାଇଟେକ ଛକରେ ଜାତୀୟ ରାଜପଥ ଉପରେ ଦାରଣା ଦେଉଛନ୍ତି ଚାଷୀ। ଚାଷୀଙ୍କ ଆନ୍ଦୋଳନ ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷରେ ପୁଲିସ ଚାଷୀ ନେତା ଅକ୍ଷୟ କୁମାରଙ୍କ ସହ ଶତାଧିକ ଚାଷୀଙ୍କୁ ଗିରଫ କରିଥିବା ଜଣାପଡିଛି।

Comments are closed.