Odisha Link
Bridging the Missing Links in Odisha

କରୋନା: ଆଖି ବୁଜିଲେ ଆଉ ଜଣେ ଯୁବ ସାମ୍ବାଦିକ

ଭୁବନେଶ୍ୱର: କୋଭିଡ ଯୁଦ୍ଧରେ ହାରିଯାଇଛନ୍ତି ଆଉ ଜଣେ ପ୍ରତିଭାବନ ସାମ୍ବାଦିକ। କରୋନାରେ ପ୍ରାଣ ହରାଇଛନ୍ତି ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ଟେଲିଭିଜନ ସାମ୍ବାଦିକତାରେ ଦକ୍ଷ କ୍ରାଇମ ରିପୋର୍ଟର ଭାବେ ବେଶ୍ ଜଣାଶୁଣା ପ୍ରବୀର।

ପ୍ରବୀର କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। କିଛି ଦିନ ତଳେ ପ୍ରବୀରଙ୍କ ପିତା କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ପ୍ରବୀରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Comments are closed.