Odisha Link
Bridging the Missing Links in Odisha

ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ , ୧ ମୃତ

ପାଲଲହଡା: ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଟ୍ରକକୁ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଆମ୍ବୁଲାନ୍ସ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।

ରାସ୍ତା କଡ଼ରେ ଛିଡ଼ାହୋଇଥିବା ଟ୍ରକକୁ ଦେଲା ଆମ୍ବୁଲାନ୍ସ। ରୋଗୀ ଆଣିବାକୁ ତେଲକୋଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁସାରେ, ଆଜି ସକାଳ ୯ଟାରେ ପାଲଲହଡ଼ା ଟାଉନ୍ ଠାରୁ ୨ କିମି ଦୂର ୪୯ ନମ୍ବର ଜାତୀୟ ରାଜପଥ ରାଧା ସାହି ନିକଟରେ ଏକ ମାଲ୍ ବୋଝେଇ ଟ୍ରକ ଛିଡା ହୋଇଥିଲା। ପାଲଲହଡ଼ା ଡାକ୍ତରଖାନାର ୧୦୨ ଆମ୍ବୁଲାନ୍ସ ପାଲଲହଡ଼ାରୁ କେନ୍ଦୁଝରକୁ ଯାଉଥିବା ବେଳେ ଛିଡା ହୋଇଥିବା ଟ୍ରକ୍ ନମ୍ବରକୁ ଧକ୍କା ଦେଇଥିଲା।

ଆମ୍ବୁଲାନ୍ସ ଟ୍ରକ୍ କୁ ମୁହାଁ ମୁହିଁ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସର ଆଗ କାଚ ଭାଙ୍ଗି ଚୁରମାର ହୋଇଯିବା ସହ ଆମ୍ବୁଲାନ୍ସ ଡ୍ରାଇଭର ବେଣୁଧର ନାୟକ ଷ୍ଟିଅରିଂ ଭିତରେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାଲଲହଡ଼ା ଡାକ୍ତରଖାନାକୁ ନିଆଯାଇଥିଲା ।

ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବେଣୁଧରଙ୍କ  ଅକାଳ ବିୟୋଗରେ ପାଲଲହଡ଼ା ଡାକ୍ତରଖାନା କର୍ମଚାରୀଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଗାଡ଼ିକୁ ଏବଂ ଶବକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

Comments are closed.