ଶ୍ବଶୁର ଘରକୁ ଆସୁଥିବା ସମୟରେ ଯୁବକ ମୃତ

ବ୍ରହ୍ମପୁର: ଦଳଦିଆପଦର ଓଭରବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି। ମୃତ ଯୁବକଙ୍କ ନାମ ଏସ୍ ନିରଞ୍ଜନ ରେଡ୍ଡୀ।
ସେ ଶ୍ବଶୁର ଘରକୁ ଆସୁଥିବା ବେଳେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଗତକାଲି ରାତିରେ ନିଜ ଗାଁ ଛତ୍ରପୁରର କାଳିପଲ୍ଲୀରୁ ସ୍କୁଟିରେ ଆସୁଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା।
ସୂଚନା ଅନୁସାରେ, ପ୍ରାୟ ବର୍ଷେ ତଳେ ନିରଞ୍ଜନଙ୍କର ବାହାଘର ହୋଇଥିଲା। ପୁଲିସ୍ ଖବର ପାଇ ଘଟଣାସ୍ଥଳରୁ ଏସ୍ ନିରଞ୍ଜନ ରେଡ୍ଡୀଙ୍କର ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।
ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ଗତ ମାସକ ଭିତରେ ଏଭଳି ୮ଜଣଙ୍କର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି। ଏହି କାରଣରୁ ଦଳଦିଆପଥର ଓଭରବ୍ରିଜ୍ ମରଣଯନ୍ତା ପାଲଟିଛି ବୋଲି ଚର୍ଚ୍ଚା ହେଉଛି।
Comments are closed.