Odisha Link
Bridging the Missing Links in Odisha

ଦେଶରେ କରୋନା: ୨୪ ଘଣ୍ଟାରେ ୫୦,୨୦୯ ଆକ୍ରାନ୍ତ, ୭୦୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଆଜି ପୁଣି ସାମାନ୍ୟ ବୃଦ୍ଧି ପାଇଛି। ଦେଶରେ ଗତ ୨୪ ଘଣ୍ଟାରେ ୫୦ ହଜାର ୨୦୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଲକ୍ଷ ୬୪ ହଜାର ୦୮୬ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୭୦୪ ଜଣ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୨୪ ହଜାର ୩୧୫ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୨୭ ହଜାର ୯୬୨ ଜଣ ସକ୍ରିୟ ରୋଗୀ ଥିବା ବେଳେ ୭୭ଲକ୍ଷ ୧୧ ହଜାର ୮୦୯ ଜଣ ସୁସ୍ଥ ହୋଇଛନ୍ତି।

Comments are closed.