Odisha Link
Bridging the Missing Links in Odisha

କୋଭିଡ୍‌ ଟିକା ହଲାଲ୍‌ ହୋଇଥିବା ଜରୁରୀ: ଇଣ୍ଡୋନେସିଆ ରାଷ୍ଟ୍ରପତି

ସାରା ବିଶ୍ବକୁ କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏହାର ପ୍ରତିଷେଧକ ଟିକା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚାଲିଛି। ଟିକା ଶୀଘ୍ର ଆସିବାର ସମ୍ବାବନା ବଢ଼ୁତିବା ବେଳେ ଏହାକୁ ଧର୍ମ ସହଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଉଇଡୋଡୋ। ଟିକା ହଲାଲ୍‌ (ଇସଲାମୀୟ ଉପାୟରେ ବୈଧ) ହୋଇତିବା ଆବଶ୍ୟକ ବୋଲି ଜୋକୋ କହିଛନ୍ତି।

ବିଶ୍ବର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ଇଣ୍ଡୋନେସିଆରେ କୋଭିଡ୍‌ ଟିକା ପ୍ରଚଳନ ପାଇଁ ତରବର ନ ହେବାକୁ ରାଷ୍ଟ୍ରପତି କହିଛନ୍ତି। ଟିକା ହଲାଳ୍‌ କି ନାହିଁ ସେ ନେଇ ପ୍ରଥମେ ସଚେତନତା ଜରୁରୀ। ଦେଶବାସୀ ଟିକା ଗ୍ରହଣ କରିବା ଆଗରୁ ଏହା ହଲାଲ୍‌ ବୋଲି ସେମାନେ ଜାଣିବା ଉଚିତ ବୋଲି ସେ କହିଛନ୍ତି।

ଇଣ୍ଡୋନେସିଆରେ ବର୍ତ୍ତମାନ ସୁଦ୍ଧା ୩,୬୫,୦୦୦ ଜନତା କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୨ ହଜାର ଲୋକଙ୍କର ଏଥିରେ ମୃତ୍ୟୁ ହେଲାଣି। ଟିକା ସମ୍ପୂର୍ଣ୍ଣ ରୂପେ ପରୀକ୍ଷଣ ନ ହୋଇଥିବା ବେଳେ ଇଣ୍ଡୋନେସିଆ ସରକାର ତୁରନ୍ତ ଟିକାକରଣ ପାଇଁ ଯୋଜନା କରୁଛନ୍ତି। ଏଇ ନଭେମ୍ବର ମାସରେ ହିଁ ଦେଶରେ ଟିକା ପ୍ରଚଳନ ପାଇଁ ବରିଷ୍ଠ ମନ୍ତ୍ରୀ ପରିଷଦ ନିଷ୍ପତ୍ତି ନେଇଛି। ଏଭଳି ସମୟରେ ଟିକା ପାଇଁ ତରବର ନ ହୋଇ ଧର୍ମ ଆଧାରରେ ଏହାର ବୈଧତା ଯାଞ୍ଚ ଲାଗି ରାଷ୍ଟ୍ରପତି ମତ ଦେଇଛନ୍ତି।

Comments are closed.