Odisha Link
Bridging the Missing Links in Odisha

ବିଗବସ୍‌୧୪: ବିବାହ ପାଇଁ ଦିଶାଙ୍କୁ ପ୍ରପୋଜ୍‌ କଲେ ରାହୁଲ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ରିୟାଲିଟି ଶୋ ‘ ବିଗ୍‌ବସ୍‌ ୧୪’ ସମସ୍ତଙ୍କର ମନୋରଞ୍ଜନ କରିବା ସହିତ ଭରପୁର ଡ୍ରାମା ଦେଖିବାକୁ ମିଳୁଛି। ଶୋ’ରେ ‘ବିବି ର ଅଦାଲତ’ ଦେଖିବାକୁ ମିଳିଛି। କୋରିଓଗ୍ରାଫର ଫରାହ ଖାନ୍‌ ଜଜ୍‌ ଭାବେ ଆସିଥିଲେ।

ରାହୁଲ୍ ଗତ ୨ବର୍ଷରୁ ଦିଶା ପରମାରଙ୍କୁ ଡେଟ୍ କରୁଛନ୍ତି। ଦୁହେଁ ଲଗାତାର ସୋସିଆଲ୍ ମିଡିଆରେ ନିଜ ରୋମାଣ୍ଟିକ ଫଟୋ ସେୟାର କରନ୍ତି।

 

ଗତ ୧୧ତାରିଖରେ ଟିଭି ଅଭିନେତ୍ରୀ ଦିଶା ପରମାର ନିଜର ୨୮ତମ ଜନ୍ମଦିନ ପାଳନ କରିଥିଲେ। ଏହି ଖାସ୍ ଅବସରରେ ଲେଡି ଲଭଙ୍କୁ ସରପ୍ରାଇଜ ଦେଇ ରାହୁଲ ଆଣ୍ଠୁରେ ବସି ତାଙ୍କୁ ପ୍ରପୋଜ କରିବେ। ରାହୁଲ ଧଳା ଟି-ଶର୍ଟରେ ଗର୍ଲଫ୍ରେଣ୍ଡ ଦିଶା ପରମାରଙ୍କ ନାଁ ଲେଖିଥିଲେ।

ଏହାକୁ ପିନ୍ଧି ରାହୁଲ ବୈଦ୍ୟ କହିଛନ୍ତି ଯେ ଆଜି ମୋ ପାଇଁ ବହୁତ ଖାସ୍ ଦିନ। ମୋ ଜୀବନରେ ଜଣେ ଝିଅ ଅଛନ୍ତି ଏବଂ ତାଙ୍କ ନାଁ ଦିଶା ପରମାର। ହେ,ଭଗବାନ,ମୁଁ କେବେ ଏତେ ନର୍ଭସ୍ ହୋଇନାହିଁ। ମୁଁ ଜାଣିନି ଯେ ଏହା ପଚାରିବାକୁ ଏତେ ସମୟ କାହିଁକି ଲାଗିଲା। ତୁମେ ମୋତେ ବିବାହ କରିବ କି?

ସେ ଆହୁରି ମଧ୍ୟ କହିଥିଲେ,ଯେ ମୁଁ ତୁମ ଜବାବର ଅପେକ୍ଷା କରିବି। ରାହୁଲଙ୍କ ଏହି ରୋମାଣ୍ଟିକ୍ ଅନ୍ଦାଜ ଦେଖି ସବୁ ଘରଲୋକେ ତାଙ୍କ ଉତ୍ସାହ ବଢ଼ାଇଥିଲେ। ଏହି ଏପିସୋଡର ଏକ ପ୍ରମୋ ମଧ୍ୟ ଚ୍ୟାନେଲ୍ ଦ୍ବାରା ଜାରି କରି ଦିଆଯାଇଛି। ଦିଶା ପରମାର ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ସେ ବିଗ୍ ବସ୍ ୭ରେ ଅତିଥି ଭାବେ ମଧ୍ୟ ଆସିଥିଲେ।

Comments are closed.